ଖଟରେ ଶୋଇବେ ଯୋଗୀ, ଲାଗିବନି ଏସି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ବି ଯୋଗୀ ଆଦିତ୍ୟନାଥଙ୍କ ଦୀନଚର୍ଯ୍ୟାରେ କିଛି ପରିବର୍ତ୍ତନ ହେବ ନାହିଁ। ତାଙ୍କ ଦୀନଚର୍ଯ୍ୟାରେ ପୂର୍ବରୁ ଯାହା ଥିଲା ସେୟା ରହିବ। ମିଳିଥିବା ସୂଚନା ଅନୁଯାୟୀ ସେ ଏସିରେ ଶୋଇବେ ନାହିଁ। ସେ ପୂର୍ବଭଳି କାଠ ପଟାରେ ତିଆରି ଖଟରେ ଶୋଇବେ। ଏଥିପାଇଁ ପଞ୍ଚମ କାଳିଦାସ ମାର୍ଗରେ ବ୍ୟବସ୍ଥା ଜୋରସୋରରେ ଆଗେଇ ଚାଲିଛି। ଖାଲି ଏତିକି ନୁହେଁ, ତାଙ୍କ ପ୍ରିୟ ଗାଈଗୁଡ଼ିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିବାସକୁ ଅଣାଯିବ। ଗୋରଖନାଥ ମନ୍ଦିରର ଗୋଶାଳାରେ ତାଙ୍କର ୪୬୦ ଗାଈ ଅଛନ୍ତି। ସେଥିରୁ କେତୋଟିକୁ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଅଣାଯିବ।

ଯୋଗୀଙ୍କ କଠୋର ଦୀନଚର୍ଯ୍ୟା ପାଳନ କରନ୍ତି। ସେ ଭୋର ପ୍ରାୟ ୩ଟା ବେଳେ ଉଠନ୍ତି। ଚାରିଟାରୁ ପାଞ୍ଚଟା ମଧ୍ୟରେ ଯୋଗ କରନ୍ତି। ତା’ପରେ ପ୍ରାର୍ଥନା କରନ୍ତି।