ମଝି ରାତିରେ ଖସିଗଲା ନିୟନ୍ତ୍ରଣ: ଟ୍ରକ୍‌କୁ ପିଟି ଜଳିଗଲା ବସ୍‌, ଚାଲିଗଲା ୨୨ଟି ଜୀବନ

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏକ ବସ୍‌ ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ବସ୍‌ର ଡିଜେଲ୍ ଇଞ୍ଜିନ ଫାଟି ଯାଇଥିଲା। ଏହା ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ବସ୍‌ରେ ଯାତ୍ରୀ ଅଧିକ ଥିବାରୁ ନିଆଁ ଲାଗିବା ପରେ ସେମାନେ ସେଥିରୁ ବାହାରି ପାରି ନ ଥିଲେ। ନିଆଁ ଲାଗିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଘଟଣାସ୍ଥଳରେ ଦମକଳ ଗାଡି ଆସି ପହଞ୍ଚି ଥିଲା।

ବସ୍‌ଟି ରଙ୍ଗ୍ ରୁଟ୍‌ରେ ଦ୍ରୁତ ଗତିରେ ଯାଉଥିଲା ବୋଲି ଜଣାପଡ଼ିଛି।

ରିପୋର୍ଟ ଓ ଫଟୋ-ଏନ୍‌ଡି ଟିଭି