ଋଣ ସୁଝିସାରିଥିଲେ, କିନ୍ତୁ ସୁଧ ଟଙ୍କା ନ ଦେବାରୁ ମହିଳାଙ୍କ ଦେହରେ ନିଆଁ ଲଗାଇଦେଲା ସାହୁକାର

ନୂଆଦିଲ୍ଲୀ:  ସୁଧ ଅର୍ଥ ନ ଦେଇ ପାରିବାରୁ ଜଣେ ଦଳିତ ମହିଳାଙ୍କୁ ସାହୁକାର କିରୋସିନ ଢାଳି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛ ଉତ୍ତରପ୍ରଦେଶର ବାଲିୟା ଜିଲ୍ଲାର ଭୀମପୁରା ଥାନ୍ତ ଅନ୍ତର୍ଗତ ଜଜୋଲି ଗାଁରେ। ପୋଲିସ୍ ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ତାଙ୍କ ନାଁ ରେଶମା ଦେବୀ(୪୫)। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ପୋଲିସ୍ ଅଧିକ୍ଷକ ଅନିଲ କୁମାର କହିଛନ୍ତି,-“ ଜଜୋଲି ଗାଁରେ ଜଣେ ଦଳିତ ମହିଳା ରେଶମ ଦେବୀ ରାତିରେ ଶୋଇଥିବା ସମୟରେ ତାଙ୍କ ଉପରେ ନିଆଁ ଲଗାଇ ଦିଆଯାଇଥିଲା। ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି।”

ମହିଳା ଜଣଙ୍କ ମାଜିଷ୍ଟ୍ରେର୍ଟଙ୍କ ସମ୍ମୁଖରେ ଦେଇଥିବା ବୟାନରେ,- “୨ ବର୍ଷ ପୂର୍ବରୁ ଗାଁର ସାହୁକାର ସିନ୍ଧୁ ସିଂହଙ୍କ ପାଖରୁ ୨୦ ହଜାର ଟଙ୍କା କରଜ ଆଣିଥିଲି। ଯାହାକୁ ମୁଁ ପରିଶୋଧ କରି ଦେଇଥିଲି। ତେବେ ସୁଧ ପଇସା ଦେଇପାରି ନଥିଲି। ସେଥିପାଇଁ ସାହୁକାର ଓ ତା’ର ସହଯୋଗୀ ସୋନୁ ମୋତେ ନିଆଁ ଲଗାଇ ଜିଅନ୍ତା ଜଳାଇ ଦେବାକୁ ଚେଷ୍ଟା କରିଥିଲେ।”