ଉତ୍ତର ପ୍ରଦେଶରେ ପ୍ଲାଷ୍ଟିକ୍ ସାମଗ୍ରୀ ତିଆରି ଓ ବିକ୍ରି ବନ୍ଦ

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ଏବେ ଆଉ କେହି ପ୍ଲାଷ୍ଟିକ୍ ବ୍ୟବହାର କରିପାରିବେନି। ବିଶେଷକରି ପ୍ଲାଷ୍ଟିକ୍ ବ୍ୟାଗ୍ ତିଆରି, ବଣ୍ଟନ ଓ ବିକ୍ରି ଉପରେ ସରକାର କଟକଣା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।

ଏବେ କୌଣସି ଦୋକାନୀ ଗ୍ରାହକଙ୍କୁ ପ୍ଲାଷ୍ଟିକ ବ୍ୟାଗରେ ଜିନିଷ ବିକ୍ରି କରିପାରିବେ ନାହିଁ। ଯଦି କୌଣସି ଦୋକାନୀ ଏହି ନିୟମ ଉଲ୍ଲଂଘନ କରନ୍ତି ତାଙ୍କୁ ୬ ମାସ ଜେଲ୍ ଓ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତର ପ୍ରଦେଶ ସରକାର ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ ଏହି କଟକଣା ଜାରି କରିଛନ୍ତି। ୩୧ ଡିସେମ୍ୱର ମଧ୍ୟରେ ପ୍ଲାଷ୍ଟିକ୍ ବ୍ୟାଗ୍ ବଜାରରୁ ବ୍ୟାନ୍ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।