ଉତ୍ତରାଖଣ୍ଡ ନିର୍ବାଚନର ୧୦ ଦିନ ପୂର୍ବରୁ ୩୩ ନେତା ବିଜେପିରୁ ବହିଷ୍କୃତ

ଡେରାଡୁନ୍: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଠିକ୍‌ ୧୦ ଦିନ ପୂର୍ବରୁ ବିଜେପି ତାର ୩୩ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ବୋଲି ଉତ୍ତରାଖଣ୍ଡ ବିଜେପିର ମହାସଚିବ ନରେଶ ବଂସଲ କହିଛନ୍ତି।

ଉତ୍ତରାଖଣ୍ଡର ବିଜେପି ଅଧ୍ୟକ୍ଷ ଅଜୟ ଭଟ୍ଟ କହିଛନ୍ତି,“ଏହି ନେତାମାନଙ୍କ ବହିଷ୍କାର ଯୋଗୁଁ ଚଳିତ ନିର୍ବାଚନରେ ଦଳ ଆଦୌ ପ୍ରଭାବିତ ହେବ ନାହିଁ। ପୂର୍ବରୁ ୧୭ ଜଣ ନେତାଙ୍କୁ ଦଳରୁ  ବହିଷ୍କାର କରି ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୫୦ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।”

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ୪ଟି ରାଲିକୁ ସମ୍ବୋଧିତ କରିବେ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି,“ଉତ୍ତରାଖଣ୍ଡରେ ବିଜେପି ସରକାର ଆସିଲେ କୃଷକମାନଙ୍କ ପାଇଁ କୃଷି ଋଣ ଛାଡ଼ କରି ଦିଆଯିବ।”