ଉତ୍ତର ପ୍ରଦେଶ: ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ମୁସଲମାନଙ୍କୁ ଆହ୍ୱାନ କରି ମନ୍ତ୍ରୀ ବିଦା

ଲକ୍ଷ୍ନୌ: ଅଯୋଧ୍ୟା ଓ ମଥୁରାରେ ମନ୍ଦିର ନିର୍ମାଣ କରିବାରେ କର ସେବକ ଭାବେ ସହଯୋଗର ହାତ ବଢ଼ାଇବା ପାଇଁ ମୁସଲମାନମାନଙ୍କୁ ଆହ୍ୱାନ ଦେଇଥିବା ଉତ୍ତର ପ୍ରଦେଶର ଜଣେ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମନ୍ତ୍ରିମଣ୍ଡଳରୁ ବିଦା କରି ଦେଇଛନ୍ତି। ତାଙ୍କ ନାଁ ଓମପାଲ୍ ନେହରା। ଗୁରୁବାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରି ଦିଆଯାଇଛି ବୋଲି ସମାଜବାଦୀ ପାର୍ଟିର ମୁଖପାତ୍ର ତଥା କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଚୌଧରୀ ଆଜି ସୂଚନା ଦେଇଛନ୍ତି।

ଡିସେମ୍ବର ୨୩ ତାରିଖରେ ଏକ କାର୍ଯ୍ୟକ୍ରମରେ ଓମପାଲ କହିଥିଲେ ଯେ ଅଯୋଧ୍ୟା ଓ ମଥୁରାର ବିବାଦୀୟ ଅଞ୍ଚଳଗୁଡ଼ିକରେ ମନ୍ଦିର ନିର୍ମାଣରେ ସହଯୋଗ କରିବା ପାଇଁ ମୁସଲମାନମାନେ ଆଗେଇ ଆସିବା କଥା। ତା’ହେଲେ ବିଶ୍ୱହିନ୍ଦୁ ପରିଷଦ ଭଳି ସଂଗଠନଗୁଡ଼ିକ ସେମାନଙ୍କ ପରିଚୟ ହରାଇବେ।