ନିର୍ବାଚନରେ ହାରିଯିବା ଭୟରେ ମୋଦି ପୁରୁଣା କଥାକୁ ମନେ ପକାଉଛନ୍ତି: ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ହାରିଯିବା ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯୮୪ ମସିହାର ପୁରୁଣା କଥାକୁ ମନେ ପକାଉଛନ୍ତି। କିନ୍ତୁ ମୋଦିଜୀ ମନେ ରଖିବା କଥା କଂଗ୍ରେସ ଓ ସମାଜବାଦି ପାର୍ଟି(ସପା) ମଧ୍ୟରେ ଦୁଇ ଯୁବ ନେତାଙ୍କ ମେଣ୍ଟ ହୋଇଛି ବୋଲି ଲକ୍ଷ୍ନୌରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ସପା ଓ କଂଗ୍ରେସ ମେଣ୍ଟକୁ ସମାଲୋଚନା କରିଥିଲେ। ସେ କହିଥିଲେ,“୧୯୮୪ ମସିହାରେ ମୁଲାୟମ ସିଂହ ଯାଦବଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା କଂଗ୍ରେସ ସହିତ ଅଖିଳେଶ ମେଣ୍ଟ କରିଛନ୍ତି।”