ବନ୍ଧୁକମୁନରେ ବିବାହ: ଭାରତୀୟ ଯୁବତୀ ଖୋଲିଲେ ପାକିସ୍ତାନର ସଇତାନୀ ମୁଖା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ। ଏହି ଦୁଇ ଦେଶ ମଧ୍ୟରେ ଦୂରତା ଯେତେ କମ୍, ଶତ୍ରୁତା ସେତେ ଲମ୍ବା। ଏ ଶତ୍ରୁତାର ଗଭୀରତା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ଏ ଦୁଇ ଦେଶ ଭିରତେ ବିବାଦ ଦିନକୁ ଦିନ ଭୟଙ୍କର ରୂପ ନେଉଛି। କୁଳଭୂଷଣଙ୍କୁ ଫାଶୀ ଦଣ୍ଡାଦେଶକୁ ନେଇ ବିବାଦ ଜୋର୍ ଧରିଥିବା ବେଳେ ଏବେ ଆଉ ଜଣେ  ନିର୍ଯାତିତ ଭାରତୀୟ ମହିଳା କାହାଣୀ ଆସିଛି ପାକିସ୍ତାନରୁ।

ପାକିସ୍ତାନରେ ଅସହାୟ ହୋଇ ପଡିଥିବା ଏହି 20ବର୍ଷିୟା ଯୁବତୀଙ୍କ ନାଁ ଉଜମା।  ସୂଚନା ଅନୁଯାୟୀ ଉଜମା ପାକାସ୍ତାନକୁ ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଏହି ରହଣି ସମୟରେ ସେଠାରେ ତାଙ୍କୁ ତାହିର ଅଲ୍ଲୀ ନାମକ ଜଣେ ଡାକ୍ତରଙ୍କ ସହ ବଳପୂର୍ବକ ବିବାହ କରାଯାଇଥିଲା।  ଆଉ ବିବାହ ପରେ ତାଙ୍କୁ କରାଯାଇଥିଲା ମାନସିକ, ଶାରୀରିକ ଓ ଯୌନ ଅତ୍ୟାଚାର।

ଏସବୁରୁ ମୁକ୍ତି ପାଇବା ପାଇଁ ଉଜମା ଭାରତୀୟ ହାଇ କମିଶମନଙ୍କ ଶରଣ ପଶିଥିଲେ।  କହିଥିଲେ, କେମିତି ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ଜଣେ ଡାକ୍ତରଙ୍କ ସହ ବିବାହ ପାଇଁ ଧମକାଇଥିଲେ। ଏହାପରେ ଉଜମା ଇସଲାମାବାଦ  ହାଇକୋର୍ଟରେ ତାହିରଙ୍କ ବିରୋଧରେ ଫେରାଦ୍ ହୋଇଥିଲେ। ଏବେ ଇସଲାମାବାଦ୍ ହାଇକୋର୍ଟ ପୁରା ଘଟଣାର ସତ୍ୟାସତ୍ୟ ଉପରେ ତର୍ଜମା କରି ଉଜମାଙ୍କୁ ଏ ସମ୍ପର୍କରୁ ମୁକ୍ତ କରିଛନ୍ତି।

ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି, ଖୁବଶୀଘ୍ର ତାଙ୍କର ଫେରିବାର ପ୍ରକ୍ରିୟା ଆରମ୍ଭ କରିବାକୁ। ଏପରିକି ଉଜମାଙ୍କୁ ୱାଘା ବର୍ଡର ପର୍ଯ୍ୟନ୍ତ ସୁରକ୍ଷା ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକୀୟ ଇମିଗ୍ରେସନ୍ କାଗଜପତ୍ର ପ୍ରସ୍ତୁତ ହୋଇଯିବା ପରେ ଉଜମା ଫେରିବେ ଭାରତକୁ।