ବିଷ ଉଗାଳିଲେ ବୀଣା: କହିଲେ ପାକିସ୍ତାନ ହାରିବା ପଛରେ ସାନିଆ ଦାୟୀ

ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଦଳକୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ୁଥିବା ବେଳେ, ସାନିଆ-ବୀଣା ଟ୍ୱିଟର ୱାରକୁ  ନେଇ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଟେନିସ୍ ସୁନ୍ଦରୀ ତଥା ପାକିସ୍ତାନ କ୍ରିକେଟର୍ ସୋଏବ ମଲ୍ଲିକଙ୍କ ପତ୍ନୀ ସାନିଆ ମିର୍ଜା ଓ ଅଭିନେତ୍ରୀ ବୀଣା ମଲ୍ଲିକ ଟ୍ୱିଟରରେ ପରସ୍ପରକୁ ଜୋରଦାର ଆକ୍ଷେପ ଓ ପ୍ରତି ଆକ୍ଷେପ କରୁଥିବା ଦେଖିବାକୁ ମିଳିଛି।

 

ସାନିଆ ଓ ସୋଏବ୍ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ପାକ୍ କ୍ରିକେଟ ଟିମ୍ ସହ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ କ୍ଷୁବ୍ଧ ହୋଇଥିଲେ ସାନିଆ।

କାହା ଅନୁମତିରେ ଏମିତି କରଗଲା ବୋଲି ସେ ଟ୍ୱିଟ୍‌ କରିଥିଲେ। ସେପଟେ ବିଳମ୍ବିତ ରାତି ଯାଏଁ ପାର୍ଟି କରିଥିବାରୁ ପାକିସ୍ତାନ ଏହି ମ୍ୟାଚ ହାରିଲା ବୋଲି କୁହାଯାଉଛି। ଏପରିକି ପାକିସ୍ତାନର ହାର୍ ପାଇଁ ସାନିଆ ଦାୟୀ ବୋଲି ଟ୍ୱିଟରେ କହିଛନ୍ତି ବୀଣା ମଲ୍ଲିକ।  ଏହାକୁ ନେଇ ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ଟ୍ୱିଟ୍ ଫାଇଟ୍ ତୀବ୍ର ହୋଇଛି।