ଜିକା ଭାଇରସ ଆତଙ୍କ: ଭେନେଜୁଏଲାରେ ଆକ୍ରନ୍ତଙ୍କ ସଂଖ୍ୟା ୪,୭୦୦ ଛୁଇଁଲା

କାରାକସ୍: ଭେନେଜୁଏଲାରେ ରେକେର୍ଡ ସଂଖ୍ୟକ ୪,୭୦୦ ଶିଶୁ ଜିକା ଭାଇରସ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ରୋଗ ଯୋଗୁଁ ଶିଶୁଙ୍କ ବ୍ରେନ୍ ଡ୍ୟାମେଜ୍ ହୋଇଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଭୂତାଣୁର ପ୍ରଭାବରେ ଲାଟିନ୍ ଆମେରିକାରରେ ମଧ୍ୟ ହଜାର ହଜାର ଆକ୍ରାନ୍ତ ହେଉଥିବା ଅଭିଯୋଗ ଆସୁଛି। ମଶାମାନଙ୍କ ଦ୍ୱାରା ଏହି ରୋଗ ବ୍ୟାପୁଛି। ଜିକା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସତ ହେଉଥିବା ରୋଗୀଙ୍କ ରିପୋର୍ଟରୁ ଏହା ଜଣାପଡିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଲୁଇସାନା ମେଲୋ ସୂଚନା ଦେଇଛନ୍ତି। ଏହା ଏବେ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲିଟିଛି।