ଉପରାଷ୍ଟ୍ରପତି ନିର୍ବାଚନ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଭେଙ୍କେୟା ଓ ଗୋପାଳ କୃଷ୍ଣ ଗାନ୍ଧି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଶେଷ ଦିନରେ ଉଭୟ ଏନଡିଏ ଓ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ପ୍ରାର୍ଥୀମାନେ ଆଜି ନାମାଙ୍କନପତ୍ର ଦାଖଲ କରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧି। ଆସନ୍ତା ଅଗଷ୍ଟ ୫ତାରିଖରେ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଆସନ୍ତା ଅଗଷ୍ଟ ୧୯ତାରିଖରେ ବର୍ତ୍ତମାନର ଉପ-ରାଷ୍ଟ୍ରପତି ହମିଦ ଅନସାରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି।