ଖାରଜ ହେଲା ମହାଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ: ଖାରଜ ହେଲା ପ୍ରଧାନବିଚାରପତିଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ। ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ଏହି ପ୍ରସ୍ତାବ ନେଇ ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ନୋଟିସକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଖାରଜ କରିଦେଇଛନ୍ତି । ଉପରାଷ୍ଟ୍ରପତିଙ୍କୁ ୭୧ ଜଣ ସାଂସଦଙ୍କ ସ୍ୱାକ୍ଷର ସମ୍ବଳିତ ଏହି ନୋଟିସ ଦିଅାଇଥିଲା। ବିରୋଧୀ ଦଳ କଂଗ୍ରେସ ଏହାର ନେତୃତ୍ୱ ନେଇଥିଲା।