ବେକେ ପାଣିରେ ରିପୋର୍ଟିଂ କଲେ ପାକିସ୍ତାନୀ ରିପୋର୍ଟର

ଇସ୍‌ଲାମାବାଦ୍‌: ଲାଇଭ୍‌ ରିପୋର୍ଟିଂ ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଟିଭି ରିପୋର୍ଟରଙ୍କୁ ଏଥିପାଇଁ କେତେ କ’ଣ ରିସ୍କ ନେବାକୁ ପଡ଼ିଥାଏ। ଜଣେ ପାକିସ୍ତାନୀ ଟିଭି ସମ୍ବାଦିକଙ୍କର ଏଭଳି ଏକ ରିପୋର୍ଟିଂ କରୁଥିବାର ଭିଡିଓ ଭାଇରାଲ ହେଉଛି। GTV ନ୍ୟୁଜ୍‌ ଚ୍ୟାନେଲର ଜଣେ ରିପୋର୍ଟର ବେକେ ପାଣିରେ ବୁଡ଼ି ଦେଶର ବନ୍ୟା ବାବଦରେ ଲାଇଭ୍‌ ରିପୋର୍ଟିଂ କରୁଛନ୍ତି। ତାଙ୍କ ଶରୀରର କେବଳ ମୁଣ୍ଡ ଏବଂ ଚ୍ୟାନେଲର ବୁମ୍‌ ବାହାରକୁ ରହିଛି।

ସେ ଏହି ରିପୋର୍ଟିଂରେ ବନ୍ୟାରେ ବୁଡ଼ି ଯାଇଥିବା ଚାଷଜମିର ସ୍ଥିତି ବାବଦରେ କହୁଛନ୍ତି। ସିନ୍ଧୁ ନଦୀରେ ଅଧିକ ପାଣି ଆସିଯିବାରୁ ପଞ୍ଜାବରେ ଚାଷ ଓ ଫସଲ କିପରି କ୍ଷତିଗ୍ରସ୍ତ ହୋଇଛି ସେ ସମ୍ପର୍କରେ ମଧ୍ୟ କହୁଛନ୍ତି। ଏହି ଟିଭି ଚ୍ୟାନେଲ ଅପ୍‌ଲୋଡ୍ କରିଥିବା ଭିଡିଓରେ ଲେଖିଛି, ବନ୍ୟା ପାଣିରେ ପାକିସ୍ତାନୀ ରିପୋର୍ଟର, ନିଜ ଜୀବନକୁ ପାଣି ଛଡ଼ାଇ ନିଜର କର୍ତ୍ତବ୍ୟ ସମ୍ପାଦନ କଲେ। ଏହି ରିପୋର୍ଟରଙ୍କ ନାମ ଅଜାଦର ହୁସେନ୍‌ ବୋଲି ଜଣାପଡ଼ିଛି। ତେବେ ସେ ସତରେ ବେକେ ପାଣିରେ ବୁଡ଼ିଥିଲେ କିମ୍ବା ଆଣ୍ଠୁ ମାଡ଼ି ବସିଥିଲେ ତାହା ଏଯାଏ ଜଣାପଡ଼ିନାହିଁ।