ଆଖି ଆଗରେ ବନ୍ୟା ସୁଅରେ ଭାସିଗଲା ରାସ୍ତା

ଅଟାୱା: ବନ୍ୟା ପାଣି ରାସ୍ତା ଭସାଇ ନେଉଥିବାର ଏକ ଭିଡିଓ ଏବେ ଇଣ୍ଟରନେଟ୍‌ ଦୁନିଆରେ ଖୁବ୍‌ ଚର୍ଚ୍ଚାରେ ଅଛି। ଏଭଳି ଘଟଣା କ୍ୟାନାଡାରେ ଘଟିଛି। ଏହି ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହେବା କାରଣରୁ ଏଭଳି ଘଟିଥିବା କୁହାଯାଉଛି। ରାସ୍ତା ଭାସିଯିବା ପରେ ଯୋଗାଯୋଗରେ ବ୍ୟାଘାତ ସୃଷ୍ଟି ହୋଇଛି।

ପ୍ରଥମେ ତାରେକ୍‌ ହଡ୍‌ହଡ୍‌ ଟ୍ୱିଟରରେ ଏହି ଭିଡିଓଟିକୁ ଅପ୍‌ଲୋଡ୍‌ କରିଥିଲେ। ବର୍ତ୍ତମାନ ଟ୍ୱିଟର ସହ ଅନ୍ୟ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଭାଇରାଲ ହେଉଛି।


ତାରେକ୍‌ ଗଣମାଧ୍ୟମକୁ କହିଛନ୍ତି, “ଆମେ ଡରିଯାଇଥିଲୁ, କାରଣ ଆମେ ଆଗରୁ ଏମିତି ଦୃଶ୍ୟ କେବେ ବି ଦେଖିନଥିଲୁ। ସତରେ ତାହା ଅତ୍ୟନ୍ତ ଭୟଙ୍କର ଥିଲା। ଯଦି ଆଉ ୨ ଘଣ୍ଟା ଡେରି କରିଦେଇଥା’ନ୍ତୁ ଏ ଅଞ୍ଚଳ ଅନ୍ଧାର ହୋଇଯାଇଥା’ନ୍ତା ଏବଂ ଆମକୁ ଆହୁରି ଡର ଲାଗିଥା’ନ୍ତା।” ଏହି ଭିଡିଓ ଭାଇରାଲ ହେବାପରେ ଏଭଳି ବିପଦଶଙ୍କୁଳ ସ୍ଥିତିରେ ଥିବା ପୂରୁଣା କୋଠାବାଡ଼ିର ତୁରନ୍ତ ମରାମତି ପାଇଁ କିଛି ଲୋକ ପରାମର୍ଶ ଦେଇଛନ୍ତି।