ସୋସିଆଲ ମିଡିଆରେ ଫେକ୍‌ ଆକାଉଣ୍ଟ ଓ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗଣିବାକୁ ହେବ ଜୋରିମାନା: ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦିନକୁ ଦିନ ପୁରା ବିଶ୍ୱରେ ସୋସିଆଲ ମିଡିଆର ବ୍ୟବହାର ଦୃତ ଗତିରେ ବଢିଚାଲିଛି। ଏହାଯୋଗୁଁ ବେଳେ ବେଳେ ନୂଆ ନୂଆ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଯାହା ମଧ୍ୟରେ ରହିଛି ସୋସିଆଲ ମିଡିଆରେ ଗାଳିଗୁଲଜ କରିବା, ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଓ ଫେକ୍‌ ଆକାଉଣ୍ଟ ମାଧ୍ୟମରେ କୌଣସି ବ୍ୟକ୍ତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଭଳି କାର୍ଯ୍ୟ। ଆପଣ ଯଦି ଅନଲାଇନ୍‌ ମିଡିଆ ସହ ଜଡିତ ତେବେ ଆପଣ ମଧ୍ୟ ଏଭଳି ପରିସ୍ଥିତିକୁ କେବେ ନା କେବେ ସାମ୍ନା କରିଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏଭଳି କାମ କରୁଥିବା ବ୍ୟାକ୍ତିଙ୍କ ଉପରେ ରୋକ ଲଗାଇବା ପାଇଁ ଭିଏତ୍‌ନାମା ସରକାର ଏକ ବଡ଼ ନିୟମ ଲାଗୁ କରିବାକୁ ଯାଉଛନ୍ତି। ସୂଚନା ଅନୁସାରେ ସୋସିଆଲ ମିଡିଆରେ ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ଉପରେ ଭିଏତ୍‌ନାମା ସରକାର ଜୋରିମାନା ଲଗାଇବାକୁ ଯାଉଛନ୍ତି। ଏଭଳି କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ପାଖାପାଖି  ୧୦ରୁ ୫୦ ମିଲିୟନ ଭିଏତ୍‌ନାମା କରେନ୍ସି ଦେବାକୁ ପଡିବ। ଫଳରେ ଏଠାରେ ସୋସିଆଲ ମିଡିଆରେ ହେଉଥିବା ଅପରାଧିକ ଘଟଣା ବହୁ ମାତ୍ରାରେ କମିଯିବ।