କାର୍ଗିଲ ବିଜୟ ଦିବସରେ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି ଓ ପାରିକର

ନୂଆଦିଲ୍ଲୀ: ଆଜି ଦେଶ ୧୭ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି। ଏହି ଅବସରରେ ଶହିଦ ଯବାନଙ୍କୁ ଜମ୍ମୁ ଓ କାଶ୍ମୀର ସ୍ଥିତ ଦ୍ରାସରେ ଥିବା କାରଗିଲ ୱାର ମେମୋରିଆଲରେ ଶହିଦଙ୍କ ପରିବାର ବର୍ଗ ଓ ସେନା ଅଧିକାରୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଦିଲ୍ଲୀ ଅମର ଯବାନ ଜ୍ୟୋତିରେ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ସହ ୩ ସେନା ମୁଖ୍ୟ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହିଦ ଯବାନଙ୍କୁ ଟ୍ୱିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, “ଯେଉଁମାନେ ତାଙ୍କର ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ଲଢ଼େଇ କରି ଦେଶ ପାଇଁ ଜୀବନ ଦେଇଛନ୍ତି ଆଜି କାର୍ଗିଲ ବିଜୟ ଦିବସରେ ସେହି ବୀର ଶହିଦମାନଙ୍କୁ  ପାଖରେ ମୁଣ୍ଡ ନୁଆଁଇବା ଦରକାର।”

୧୯୯୯ ମସିହା ଆଜିର ଦିନରେ ପାକ୍‌ ସେନାକୁ କଡ଼ା ଜବାବ ଦେଇ ଏଲ୍‌ଓସିକୁ ନିଜ କବଜାକୁ ନେଇ ବିଜୟର ବାନା ଉଡ଼ାଇଥିଲେ ଭାରତୀୟ ଯବାନ। ଏହି ଯୁଦ୍ଧରେ ଶହିଦ ହୋଇଥିଲେ ଅନେକ ଭାରତୀୟ ଯବାନ। ଦେଶମାତୃକାର ରକ୍ଷା ପାଇଁ ଶହିଦ ହୋଇଥିବା ଯବାନମାନଙ୍କୁ ଆଜି ସାର ସାରା ଦେଶ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି।