ବ୍ୟାଙ୍କ ଲୋନ୍‌କୁ ଆଇପିଏଲ୍‌ରେ ଖଟାଇ ଥିଲେ ମାଲ୍ୟା

ନୂଆଦିଲ୍ଲୀ: ମଦ ସମ୍ରାଟ ତଥା ପଳାତକ ବିଜୟ ମାଲ୍ୟାଙ୍କୁ ନେଇ ଆସିଛି ଏକ ରୋଚକ ତଥ୍ୟ। ବ୍ୟବସାୟ ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ମାଲ୍ୟା ନେଇଥିବା ଟଙ୍କାକୁ ଆଇପିଏଲ୍‌ରେ ଲଗାଇଥିବା ଜଣାପଡିଛି। ଏ ନେଇ ଇଣ୍ଡିଆ ଟୁ ଡେକୁ ମିଳିଥିବା ଏକ ଇ-ମେଲ୍‌ରୁ ଜଣାପଡିଛି।

ୟୁନାଇଟେଡ ସ୍ପିରିଟ୍ସ ଲିମିଟେଡ ସରବରରୁ ଇଣ୍ଡିଆ ଟୁ ଟେକୁ ଆସିଥିବା ଇମେଲ୍‌ରେ ଉଲ୍ଲେଖ ରହିଛି ମାଲ୍ୟା ଓ ତାଙ୍କ ସହଯୋଗୀ ଏହି କାରସାଦି କରିଥିଲେ। ଏଥିରେ ଉଲ୍ଲେଖ ରହିଛି ବ୍ୟାଙ୍କ ଅଧିକାରୀମାନେ ଲୋନ୍‌ ଟଙ୍କାର ଦୂରୁପଯୋଗକୁ ବିରୋଧ କରିଥିଲେ। ହେଲେ ମାଲ୍ୟା ଏବଂ ତାଙ୍କ ସହଯୋଗୀ ଟଙ୍କା ଆଇପିଏଲ୍‌ ଟିମ୍‌ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ଅନ୍ୟ ସ୍ଥାନରେ ଲଗାଇ ଥିଲେ।

କିଙ୍ଗଫିସର ଏୟାର ଲାଇନ୍ସ ଦେବାଳିଆ ଅବସ୍ଥାରେ ଥିବା ବେଳେ ମାଲ୍ୟା ୨୦୦୮ରେ ଷ୍ଟେଟ ବ୍ୟାଙ୍କରୁ ୫୦୦ କୋଟି ଟଙ୍କାର ଲୋନ୍‌ ନେଇଥିଲେ। ଏହି ଟଙ୍କା ସେ କିଙ୍ଗଫିସ୍‌ର ଏୟାରଲାଇନ୍ସ ଲଗାଇବା ପରିବର୍ତ୍ତେ ୪୭୬ କୋଟି ଖର୍ଚ୍ଚ କରି ରୟାଲ ଚ୍ୟାଲେଞ୍ଜର ବେଙ୍ଗଲୋର ଟିମ୍‌ ଗଠନ କରିଥିଲେ। ।