ଭାରତୀୟ ମିଡିଆକୁ ମାଲ୍ୟା କଲେ ଟାର୍ଗେଟ: କ’ଣ କହିଲେ ପଢନ୍ତୁ ରିପୋର୍ଟ

ଭାରତ ପାକିସ୍ତାନ ମ୍ୟାଚ୍‌ରେ ବିଜୟ ମାଲ୍ୟାଙ୍କୁ ବିଭିନ୍ନ ଗଣମାଧ୍ୟମ କଭର କରିଥିଲେ। ଏହି ସମୟରେ ମାଲ୍ୟା ପୂର୍ବତନ କ୍ରିକେଟର ସୁନୀଲ ଗାଭାକରଙ୍କ ସହ କଥା ହେଉଥିବା ଦୃଶ୍ୟକୁ ଭାଇରାଲ ହୋଇଥିଲା। ଏହାକୁ ନେଇ ମାଲ୍ୟା ଭାରତୀୟ ମିଡିଆକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଇଣ୍ଡିଆ-ପାକିସ୍ତାନ ମ୍ୟାଚ ଚାଲିଥିବା ବେଳେ ଭାରତୀୟ ମିଡିଆ ମୋର ଉପସ୍ଥିତିର ସମସ୍ତ ଦୃଶ୍ୟକୁ କଭର କରିଛି। ମୁଁ ଭାରତୀୟ ଦଳଙ୍କୁ ଚିୟର କରିବାକୁ ସମସ୍ତ ମ୍ୟାଚ୍‌ ଦେଖଇବାକୁ ଚାହୁଁଛି।”

ବିଭିନ୍ନ ବ୍ୟାଙ୍କର ୯୦୦୦ କୋଟି ଟଙ୍କା ଖାଇ ବିଦେଶ ପଳାଇ ଥିବା ମଦ ସମ୍ରାଟ୍‌ ମାଲ୍ୟାଙ୍କ ପାଇଁ ସମସ୍ୟା ବଢିବାର ସମ୍ଭାବନା ରହିଛି। କାରଣ ଇଡି ଶୀଘ୍ର ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିପାରେ। ଏହି ମାମଲାରେ କାମ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି। ଶୀଘ୍ର ତାଙ୍କ ବିରୋଧରେ ଲଣ୍ଡନର କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ ବୋଲି ସେ କହିଛନ୍ତି।