‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ନିର୍ଦ୍ଦେଶକ ଗିରଫ

ମୁମ୍ୱାଇ: ବଲିଉଡ୍‌ର ଅପ୍‌କମିଂ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ନିର୍ଦ୍ଦେଶକ ବିଜୟ ରତ୍ନାକର ଗୁଟ୍ଟେଙ୍କୁ ଗିରଫ କରାଯାଇଛି।

୩୪ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗୁଟ୍ଟେ ହେଉଛନ୍ତି ‘ଇମୋସ୍‌ନାଲ୍‌ ଅତ୍ୟାଚାର’, ‘ଟାଇମ୍‌ ବାରା ଭେଟ୍‌’ ଓ ‘ବଦମାସିୟାଁ’ ଫିଲ୍ମର ପ୍ରଯୋଜକ। ତାଙ୍କ ଆଗାମୀ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ରେ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଫିଲ୍ମ ଡିସେମ୍ୱର ୨୧ ତାରିଖରେ ରିଲିଜ୍‌ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଆଧାରରେ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏଥିରେ ଅନୁପମ୍ ଖେର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।