ମାଲ୍ୟାଙ୍କୁ ଭାରତ ଆଣିବାକୁ ଲଣ୍ଡନରେ ସିବିଆଇ ଟିମ୍‌

ନୂଆଦିଲ୍ଲୀ: ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ସିବିଆଇ ଅଧିକାରୀ ସମେତ ଏକ ଟିମ୍‌ ଲଣ୍ଡନ ପହଞ୍ଚିଛି। ସିବିଆଇର ଡେପୁଟି ଡାଇରେକ୍ଟର ରାକେଶ ଅସ୍ଥା ଗତକାଲି ଲଣ୍ଡନ ଯାଇଛନ୍ତି। ତାଙ୍କ ସହିତ ଇଡିର କର୍ମଚାରୀମାନେ ମଧ୍ୟ ଅଛନ୍ତି। ପଳାତକ ଘୋଷଣା ପରେ ମାଲ୍ୟାଙ୍କୁ ଭାରତକୁ ଆଣିବାକୁ ସରକାର ଚେଷ୍ଟା ଚଳାଇଛନ୍ତି।

ଗତ ମାସରେ ମାଲ୍ୟାଙ୍କୁ ଲଣ୍ଡନ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ସର୍ତ୍ତମୂଳକ  ଜାମିନ୍‌ ପ୍ରଦାନ କରାଯାଇଛି।