ବାଇକ୍‌ ରାଲିରୁ ହିଂସା: ଜାଳିଦେଲେ ୫ଟି ବସ 

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ଆଜି ସାନି ହିଂସା ଦେଖାଦେଇଛି।   ଉତ୍ତ୍ୟକ୍ତ ଲୋକମାନେ କାଶଗଂଜ ଜିଲ୍ଲାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।   ବିଭିନ୍ନ ସ୍ଥାନରେ ଦୋକାନ ଗୁଡିକୁ ଭାଙ୍ଗି ଦିଆଯିବା ସହ ୫ଟି ବସକୁ ଲୋକମାନେ ଜାଳି ଦେଇଛନ୍ତି।   ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାର ସବୁ ସ୍କୁଲ କଲେକକୁ ବନ୍ଦ କରି ଦିଆଯାଇଛି।  ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ବାଇକ ରାଲି କରାଯାଉଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।   ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ।    ଏହି ଘଟଣା ପରେ ଆଜି କାଶଗଂଜ ଜିଲ୍ଲାରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି ।  ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ  ପୋଲିସ ସହ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି।   ସେପଟେ କାଶଗଂଜରେ ପରିସ୍ଥିତି ଉତ୍ତେଜନା ମୂଳକ ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଥିବା ପୋଲିସ କହିଛି।