‘ଟାଇଟାନିକ୍‌’ ପୂର୍ବରୁ ମରଣ ମୁହଁରୁ ବର୍ତ୍ତିଥିଲେ ୩ ଥର

ନୂଆଦିଲ୍ଲୀ: “କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ”। ବାସ୍ତବରେ ଈଶ୍ୱର ଯାହାକୁ ଜୀବନ ଦେଇଛନ୍ତି, ତାକୁ ମୃତ୍ୟୁ ଦେବା ମଧ୍ୟ ତାଙ୍କରି ଆୟତ୍ତରେ ଅଛି। ଜନ୍ମ ଆଉ ମୃତ୍ୟୁ ସବୁ ଇଶ୍ୱରଙ୍କ ସେହି ଅଦେଖା ପୁସ୍ତକରେ ଲିପିବଦ୍ଧ ହୋଇ ରହିଛି। କଥାଟି ଖାଲି ସାଧାରଣ ଆପ୍ତବାକ୍ୟ ନୁହେଁ ଏହାର ଉଦାହରଣ ମଧ୍ୟ ଇତିହାସରେ ରହିଛି। ଆମେ ସେମିତି ଗୋଟିଏ କଥା ଏଠି ଆପଣଙ୍କୁ ଜଣାଇବାକୁ ଯାଉଛୁ।

‘ଟାଇଟାନିକ୍‌’ ଚଳଚ୍ଚିତ୍ରଟି ଆପଣ ନିଶ୍ଚିତ ଦେଖିଥିବେ । ମଝି ସମୁଦ୍ରରେ ବରଫଖଣ୍ଡ ସହ ବାଡ଼େଇ ହୋଇ କିଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଯାହାଜର ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ ତାହା ଆପଣ ଜାଣିଥିବେ । ଚଳଚ୍ଚିତ୍ରଟି ଏକ ବାସ୍ତବ ଘଟଣା ଉପରେ ପର୍ଯ୍ୟବେଶିତ ଥିଲା। ଏହି ଯାହାଜରେ ଥିବା ୧୫୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ବର୍ତ୍ତି ଯାଇଥିଲେ ‘ଭାଓଲେଟ୍‌ ଜେସପ୍‌’। ଭାଓଲେଟ୍‌ ଏଥିରେ ଜଣେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଏହି ମହିଳା ଜଣକ ଶେଷରେ ୧୯୭୧ ମେ ୫ ତାରିଖରେ ଇହଲୀଲା ସମ୍ବରଣ କରିଥିଲେ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ମୃତ୍ୟୁଞ୍ଜୟୀ ମହିଳା ଜଣକ ଖାଲି ଟାଇଟାନିକ୍‌ ଦୁର୍ଘଟଣାରୁ ବର୍ତ୍ତିଥିଲେ ତା ନୁହେଁ ବରଂ ଏହା ପୂର୍ବରୁ ତିନି ତିନି ଥର ମରଣ ମୁହଁରୁ ବର୍ତ୍ତିଥିଲେ।

୨ ଅକ୍ଟୋବର ୧୮୮୭ରେ ଜନ୍ମଗ୍ରହଣ କରିଥିବା ଭାଓଲେଟ୍‌ ଜନ୍ମରୁ ହିଁ ଥିଲେ ଭାଗ୍ୟବାନ୍‌। ତାଙ୍କ ଜନ୍ମ ପରେ ଜଣେ ଜ୍ୟୋତିଷ କହିଥିଲେ କି, ଏହି ଝିଅ  ଅଳ୍ପାୟୁ। ଏହାକୁ ପ୍ରମାଣିତ କରିବାକୁ ଯାଇ ଭାଗ୍ୟ ଆରମ୍ଭ କରିଥିଲା ଖେଳ। ମାତ୍ର ୬ ବର୍ଷ ବୟସରେ ତାଙ୍କୁ ଟିବି ହୋଇଗଲା। ସମସ୍ତେ ଭାବିଲେ ସେ ଚାଲିଯିବେ। ହେଲେ ପ୍ରଥମରୁ କହିଛୁ ନା, ଜନ୍ମମୃତ୍ୟୁ ଇଶ୍ୱରଙ୍କ ହାତର ଖେଳ। ଏତେ ରୋଗରେ ବି ମରଣ ତାଙ୍କୁ ଛୁଇଁ ପାରିଲା ନାହିଁ। ଦିନ କେତେଟା ପରେ ବାପା ଚାଲିଗଲେ। ତଥାପି ଜୀବନ ଯାତ୍ରା ଥିଲା ଅପ୍ରତିହତ।

ଧିରେ ଧିରେ ବୟସ ବଢିଲା। ୧୯୯୦ରେ ଘର ଚଳାଇବା ପାଇଁ ଭାଓଲେଟ ଅଲୋମ୍ପିକ୍‌ ନାମକ ଏକ ଜାହାଜରେ ନର୍ସ ଭାବେ ଚାକିରି ଆରମ୍ଭ କରିନ୍ତି। ବୟସ ହୋଇଥାଏ ମାତ୍ର ୨୧ ବର୍ଷ। ୧୯୧୧ ସେପ୍ଟେମ୍ବର ମାସରେ ଏହି ଜାହାଜ ସମୁଦ୍ର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେଲା। ଏଥିରେ ଅନେକ ଲୋକ ପ୍ରାଣ ହରାଇଲେ, ହେଲେ ସୌଭାଗ୍ୟବଶତଃ ଭାଓଲେଟ ବର୍ତ୍ତିଗଲେ। ଏହାପରେ ୧୯୧୨ ମସିହାରେ ସେ ଟାଇଟାନିକ୍‌ ଜାହାଜରେ ନର୍ସ ଭାବେ କାର୍ଯ୍ୟ ଆରମ୍ଭ କରନ୍ତି। ଏହା ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୁଏ । ଯାହା ବିଶ୍ୱ ଇତିହାସରେ ସବୁଠାରୁ ବଡ ଜାହାଜ ଦୁର୍ଘଟଣା। ଏଥିରେ ୧୫୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲେ ମଧ୍ୟ ବର୍ତ୍ତିଯାଥିଲେ ଭାଓଲେଟ। ଏତେ ଅଶୁଭ ଶଙ୍କେତ ପାଇବା ପରେ ମଧ୍ୟ ଭାଗ୍ୟବାନ୍ ଥିଲେ ଏହି ମହିଳା। ପୁଣି ଥରେ ଆରମ୍ଭ କଲେ ଚାକିରି। ୧୯୧୬ରେ ବ୍ରିଟାନିକ୍‌ ନାମରେ ଯାହାଜରେ ପୁଣି କାମ ଆରମ୍ଭ କରିନ୍ତି ସେ। ଏଥର ମଧ୍ୟ ସେଇ ଅଶୁଭ ଘଟଣା ପୁଣି ଘଟେ। ଯାହାଜ ଦୁର୍ଘଟଣା ପରେ ମରିଯାଆନ୍ତି ୩୦ ଯାତ୍ରୀ ହେଲେ ବର୍ତ୍ତି ଯାଆନ୍ତି ଭାଓଲେଟ।

ଏଭଳି ଦୁର୍ଘଟଣା ପରେ ବିଶ୍ୱବ୍ୟାପୀ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ ଭାଓଲେଟ। ଫଳରେ ତାଙ୍କ ନାଁ ଦିଆଯାଇଥିଲା ‘Miss Unsinkable’। ସାରା ବିଶ୍ୱର ନିଜର ଭାଗ୍ୟ ପାଇଁ ପ୍ରସିଦ୍ଧ ହୋଇଥିବା ଏହି ମହିଳା ଜଣକ ଶେଷରେ ୧୯୭୧ରେ ମୃତ୍ୟୁବରଣ କରିନ୍ତି। ଆଉ ଏଇଠି ସରିଯାଏ ଚର୍ଚ୍ଚିତ ଟାଇଟାନିକ୍‌ର ଯୁଗ।