ମା’ଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପକ୍ଷାଘାତର ଶିକାର ମାଆକୁ ପୁଅର ହତ୍ୟା ଉଦ୍ୟମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ଘଟଣାଟି ଘଟିଛି ରାଜସ୍ଥାନ ଶାହାଜାହାନପୁର ଥାନା ଅଞ୍ଚଳର।  ନିଜର ୮୨ ବର୍ଷୀୟା ରୋଗିଣା ମାଆକୁ ମାଡ଼ ମାରି ନିର୍ଯାତନା ଦେଉଛି ପୁଅ ।

ଏହି ଭିଡିଓରେ ନିର୍ଦ୍ଦୟ ପୁଅ ଦିବ୍ୟାଙ୍ଗ ମାଆର ତଣ୍ଟିକୁ ଦବାଇ ମାରିବାକୁ ଚେଷ୍ଟା କରୁଛି।  ନିଜ ମାଆ ପିନ୍ଧିଥିବା ଶାଢୀରେ ତଣ୍ଟିକୁ ବାରମ୍ବାର ଦବାଇ ମାରିବାକୁ ଚେଷ୍ଟା କରୁଛି ।  ଗତ ଜାନୁଆରୀ ୧୮ ତାରିଖର ଏ ଘଟଣା  ଭିଡିଓଟିକୁ ଉତ୍ତୋଳନ କରିଥିଲେ ମୃତ ମହିଳାଙ୍କ ନାତି। ନିଜ ମାମୁର ଅତ୍ୟାଚାରୀ ଚେହେରାକୁ ପଦାରେ ପକାଇବାକୁ ସେ ଏକ ଝରକାପଟେ ରହି ଏହି ଚିତ୍ର ଉତ୍ତୋଳନ କରିଥିଲେ।  ତେବେ ୯ ଦିନ ପୂର୍ବରୁ ମହିଳା ଜଣଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡିଛି।  ମହିଳା ଜଣଙ୍କର ବାରମ୍ବାର ତଣ୍ଟି ଦବା ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ପୋଲିସ। ଘଟଣାକୁ ନେଇ ପୋଲିସ ପୁଅ ଜୋଗେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।  ରାଜେନ୍ଦ୍ର ଚୌଧୁରୀ ସ୍ଥାନୀୟ ଏକ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୬ ମାସ ତଳେ ଜୋଗେନ୍ଦ୍ରଙ୍କ ମାଆ ପକ୍ଷାଘାତର ଶିକାର ହୋଇଥିଲେ।