ପଡ଼ିଆରେ ଶୋଧିଲେ, ଷ୍ଟମ୍ପରେ ଲାଗିଥିବା ମାଇକ୍ରୋଫୋନ୍‌ରେ ରେକର୍ଡ ହେଲା ଗାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଟିଙ୍ଗା ଗୁଣ ବିଷୟରେ ତାଙ୍କ ପ୍ରଶଂସକ ଭଲ ଭାବେ ଜାଣନ୍ତି। କ୍ରିକେଟ ପଡିଆରେ ହେଉ ଅଥବା ସାଧାରଣ ଜୀବନରେ ଏହି ଆଗ୍ରେସିଭ୍‌ ନେଚର ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ ସମୟରେ ତାଙ୍କର ଏହି ଚିଡା ପ୍ରକୃତି ପୁଣିଥିରେ ଦେଖିବାକୁ ମିଳିଛି। କ୍ରିକେଟ ପଡିଆରେ ବ୍ୟାଟିଂ କରୁଥିବା ବେଳେ କୌଣସି କାରଣରୁ ବିରାଟ ରାଗିଯାଇ ଗାଳି ଦେବାକୁ ଲାଗିଥିଲେ। ହେଲେ ଏଇ ଗାଳି ଷ୍ଟମ୍ପରେ ଲାଗିଥିବା ମାଇକ୍ରୋଫାନ୍‌ ରେକର୍ଡ ହୋଇଯାଇଥିଲା। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଶୁଣି ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବାହାଘର ପରେ କ’ଣ ବିରାଟ ଚିଡ଼ା ହୋଇଗଲେଣି କି ! ହେଲେ କାହିଁକି?

ସୂଚନାଯାଗ୍ୟ, ସେଞ୍ଚୁରିଆନ୍‌ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟେଷ୍ଟ ଚାଲିଛି। ଏହି ସିରିଜ୍‌ରେ ୧-୦ରେ ଦକ୍ଷିଣ ଆଫ୍ରିକା ଆଗୁଆ ଅଛି। ଏହି ମ୍ୟାଚ୍‌ରେ ୨୭ତମ ଓଭର ଖାଳାଯାଉଥିବା ବେଳେ ଗାଳି ଦେବା ଘଟଣାଟି ଘଟିଛି। ବିରାଟ ଓ ମୁରଲୀ ବିଜୟ ବ୍ୟାଟିଂ କରୁଥିବା ବେଳେ  ୩ୟ ବଲ୍‌ରେ ବିରାଟ ଏକ ଚୌକା ମାରିଥିଲେ। ଏହାପରେ ମୁରଲୀଙ୍କ ପାଖକୁ ଯାଇ କିଛି କହିଥିଲେ, ଯାହାକି ଷ୍ଟମ୍ପରେ ଲାଗିଥିବା ମାଇକ୍ରୋଫୋନ୍‌ରେ ରେକର୍ଡ ହୋଇଯାଇଥିଲା। ସେ କ’ଣ କହିଲେ ଜାଣନ୍ତି !

“ସନ୍ଧ୍ୟା ଯାଏ ଖାଳିବା, ଆଉ ତାଙ୍କର…… ହୋଇଯିବ।”

ବାସ୍‌ ଏଇ ପଦକ କଥା ଆଜି ବିରଟଙ୍କ ପାଇଁ ଠିଆ କରିଛି ବିରାଟ ଅଡୁଆ।