ଅଳିଆ ଫୋପଡ଼ା ଭିଡ଼ିଓ ମହଙ୍ଗା ପଡ଼ିଲା: ବିରୁଷ୍କାଙ୍କ ଘରେ ପହଞ୍ଚିଲା ଆଇନଗତ ନୋଟିସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ ସୁନ୍ଦରୀ ଅନୁଷ୍କା ଶର୍ମାଙ୍କ ପାଇଁ ବଢିଲା ଅଡ଼ୁଆ। ରାସ୍ତାରେ ଅଳିଆ ଫୋପାଡ଼ିଥିବା ବ୍ୟକ୍ତିଙ୍କ ଭିଡିଓ ତିଆରି କରିବା ମହଙ୍ଗା ପଡ଼ିଲା। ଅଳିଆ ଫୋପାଡ଼ି ଅନୁଷ୍କାଙ୍କଠାରୁ ଗାଳି ଖାଇଥିବା  ଅରହାନ ସିଂହ ପ୍ରତି‌ଶୋଧପରାୟଣ ହୋଇପଡ଼ିଛନ୍ତି। ଅପମାନର ବଦ୍‌ଲା ପାଇଁ ଅରହାନ ବିରୁଷ୍କାଙ୍କୁ ଆଇନଗତ ନୋଟିସ୍‌ ପଠାଇଛନ୍ତି।

ବିରାଟ ଯେତେବେଳେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଥିଲେ ସେବେଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ଭିଡିଓରେ ଲଗ୍‌ଜରି କାରରେ ବୁଲୁଥିବା ଅରହାନ ସିଂହ ଗୋଟିଏ ବୋତଲ ବାହାରକୁ ଫୋପାଡ଼ୁ ଥିବା ବେଳେ ଅନୁଷ୍କା ଶର୍ମା ତାଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଥିଲା। ବୋତଲଟିକୁ ବାହାରେ ଫୋପପାଡ଼ି କାହିଁକି ଅଳିଆ କରୁଛ ବୋଲି ଅନୁଷ୍କା ପ୍ରଶ୍ନ କରିଥିଲେ। ଏହି ସମୟରେ ଉକ୍ତ ଦୃଶ୍ୟକୁ ଉତ୍ତୋଳନ କରି ଭିଡିଓ କରିଥିଲେ ବିରାଟ।

ଏହା ପରେ ଯୁବକ ଜଣକ ସୋସିଆଲ ମିଡିଆରେ ଅନୁଷ୍କାଙ୍କୁ ଗାଳି କରିଥିଲେ। ଜବାବରେ ଯୁବକଙ୍କ ମା’ ମଧ୍ୟ ବିରାଟ ଓ ଅନୁଷ୍କାଙ୍କୁ ସୋସିଆଲ୍‌ ମିଡିଆରେ ଗାଳି କରିଥିଲେ। ଶସ୍ତା ଲୋକପ୍ରିୟତା ପାଇଁ ସେମାନେ ଏପରି କରିଛନ୍ତି ବୋଲି ଯୁବକଙ୍କ ମା’ କହିଥିଲେ । ସେ ଆହୁରି କହିଥିଲେ ଯେ, ବିରାଟ ଓ ଅନୁଷ୍କା ଏହି ଭିଡିଓକୁ ସେୟାର କରି ତାଙ୍କ ପୁଅର ଗୋପନୀୟତା ଅଧିକାରକୁ ଉଲ୍ଲଘଂନ(ରାଇଟ୍‌ ଟୁ ପ୍ରାଇଭେସି) କରିବା ସହିତ ତାଙ୍କୁ ଅପମାନିତ ମଧ୍ୟ କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More