ବଲିଉଡ ତାରକାଙ୍କ ବଦନ୍ୟତା:୨୫ ସହିଦଙ୍କ ପରିବାରକୁ ଫ୍ଲାଟ୍ ଦେବେ ବିବେକ

ମୁମ୍ବାଇ: ନିକଟରେ ଛତିଶଗଡ଼ର ସୁକ୍‌ମାରେ ସହିଦ ହୋଇଥିବା ୨୫ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ପରିବାରକୁ ଛୁଟିଛି ସହାନୁଭୂତିର ସୁଅ। ଏହି ସହିଦଙ୍କ ପରିବାରଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ଦେଶର ଅନେକ ସଚେତନ ନାଗରିକ। ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିକେଟର ଓ ବଲିଉଡ୍ ଷ୍ଟାର। ଗୌତମ ଗମ୍ଭୀର ଓ ଅକ୍ଷୟ କୁମାରଙ୍କ ପରେ ଏହି ଧାରାରେ ସାମିଲ ହୋଇଛନ୍ତି ବଲିଉଡ୍ ଷ୍ଟାର ବିବେକ ଓବରାୟ। ଏହି ୨୫ ସହିଦଙ୍କ ପରିବାରକୁ ୨୫ଟି ଫ୍ଲାଟ୍ ଦେବାକୁ ଘୋଷଣା କରିଛନ୍ତି ବିବେକ। ତାଙ୍କ କମ୍ପାନୀ କରମ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ଏହି ସହିଦଙ୍କ ପରିବାର ଲୋକଙ୍କୁ ମହାରାଷ୍ଟ୍ରର ଥାନାରେ ଫ୍ଲାଟ୍ ଯୋଗାଇ ଦେବ। ଏନେଇ କଂପାନୀ ପକ୍ଷରୁ ସିଆର୍‌ପିଏଫ୍ ସମୁଦାୟକୁ ଏକ ଚିଠି ଲେଖାଯାଇଛି। ଏପରିକି ମିଳିଥିବା ସୂଚନା ଅନୁଯାୟୀ ଚାରି ଜଣ ସହିଦଙ୍କ ପରିବାରକୁ ଫ୍ଲାଟ୍ ଦିଆ ସରିଛି।

କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ସୁକୁମାରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ ୧୨ ଜଣଙ୍କ ପରିବାରକୁ ୧.୦୮ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ। ସେମିତି ଗୌତମ ଗମ୍ଭୀର ସୁକମା ସହିଦଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ।

ସୌଜନ୍ୟ-ହିନ୍ଦୁସ୍ତାନ ଟାଇମ