ଏହି କଂପାନୀ ଆଣିଲା ନୂଆ ସ୍ମାର୍ଟଫୋନ୍, ଅଛି ୨୪ ମେଗାପିକ୍ସେଲର କ୍ୟାମେରା

ନୂଆଦିଲ୍ଲୀ: ଚୀନର ସ୍ମାର୍ଟଫୋନ୍‌ କଂପାନୀ ଭିଭୋ ଲଞ୍ଚ୍ କରିଛି ନୂଆ ସ୍ମାର୍ଟଫୋନ୍‌। ଗତକାଲି ଭିଭୋ ତାର ନୂଆ ମଡେଲ୍‌ Vivo Z10 ଲଞ୍ଚ୍ କରିଛି। ଏହାକୁ Vivo V7+ର ଏକ୍‌ଷ୍ଟେନ୍‌ସନ ବୋଲି କୁହାଯାଇପାରିବ। ଏଥିରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି। ଏହାର ସ୍ପେସିଫିକେସନ୍‌ ଓ Vivo V7+ ର ସ୍ପେସିଫିକେସନ୍‌ ଭିତରେ ଅନେକ ସାମଞ୍ଜସ୍ୟ ରହିଛି।

Vivo Z10ରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୪୫୦ ପ୍ରୋସେସର ସହ ୪ଜିବି ରାମ୍‌ ଦିଆଯାଇଛି। ଏହାର ଡିସ୍‌ପ୍ଲେ ୬ ଇଞ୍ଚ ଫୁଲ୍‌ ଏଚ୍‌ଡି ଓ ଏସ୍ପେକ୍ଟ ରେସିଓ ୧୮:୯ ରଖାଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ ୧୬ ମେଗା ପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଏଥିରେ ଅଲ୍ଟ୍ରା ଏଚ୍‌ଡି ମୋଡ୍‌ ଦିଆଯାଇଛି। ସେଲ୍‌ଫି ପାଇଁ ଏଥିରେ ୨୪ ମେଗାପିକ୍ସେଲର କ୍ୟାମେରକା ସହ ଏଲଇଡି ଫ୍ଲାସ୍‌ ମଧ୍ୟ ଦିଆଯାଇଛି। ଏଥିରେ ଉଠାଯାଇଥିବା ଫଟୋକୁ ଇମେଜ୍‌ ଷ୍ଟାକିଂ ଜରିଆରେ ୬୪ ମେଗା ପିକ୍ସେଲର ବନାଯାଇପାରିବ। କ୍ୟାମେରାରେ କମ୍ପାନୀ ଫେସ୍‌ ଡିଟେକ୍ସନ୍ ଅଟୋଫୋକସ୍‌ ମଧ୍ୟ ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ Android Nougat 7.1 ବେସ୍‌ଡ କମ୍ପାନୀର ନିଜ ୟୁଜର ଇଣ୍ଟରଫେସ୍‌ରେ ଚାଲିଥାଏ।  ଏଥିରେ ୩,୨୨୫mAhର ବ୍ୟାଟେରୀ ଦିଆଯାଇଛି। ସିକ୍ୟୁରିଟି ପାଇଁ ଏଥିରେ ଫେସ୍‌ ଅନ୍‌ଲକ୍‌ ଓ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି।  କନେକ୍ଟିଭିଟି ପାଇଁ ଏଥିରେ ଡୁଆଲ ସିମ୍‌ ସପୋର୍ଟ, ୱାଇଫାଇ, ବ୍ଲୁଟୁଥ୍‌ ଓ ମାଇକ୍ରୋ ୟୁଏସ୍‌ବି ଦିଆଯାଇଛି।

ବର୍ତ୍ତମାନ ପାଇଁ ଏହି ସ୍ମାର୍ଟଫୋନ୍‌ କର୍ଣ୍ଣାଟକ, ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ଅଫଲାଇନ୍ ରିଟେଲ୍‌, ଷ୍ଟୋର୍‌ରେ ମିଳିବ।  ଫୋନ୍‌ଟି ଲଞ୍ଚ୍‌ ହେବା ପୂର୍ବରୁ ଏହାର ଆନୂମାନିକ ମୂଲ୍ୟ ୧୪,୯୯୯ ଥିଲା। ହେଲେ ଲଞ୍ଚ ପରେ କମ୍ପାନୀ ତା’ର ଅଫିସିଆଲ୍‌ ୱେବସାଇଟରେ ଫୋନ୍‌ଟିର ମୂଲ୍ୟ ବିଷୟରେ କିଛି ସୂଚନା ଦେଇନାହିଁ।