ଜାଣିଛନ୍ତି ଭାରତର କେଉଁ ରାଷ୍ଟ୍ରପତି ପାଇଥିଲେ କେତେ ଭୋଟ୍‌ ?

ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦେଶର ୧୪ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରାମନାଥ କୋବିନ୍ଦ। ଆଜି ହୋଇଥିବା ଭୋଟ ଗଣତିରେ କୋବିନ୍ଦଙ୍କୁ ୭ ଲକ୍ଷ ୨ ହାଜର ୪୪ଟି ଭୋଟ ମିଳିଥିବା ବେଳେ ମୀରା କୁମାରଙ୍କୁ ୩ ଲକ୍ଷ ୬୭ ହଜାର ୩୧୪ ଭୋଟ ମିଳିଛି। ରାମନାଥଙ୍କୁ ୬୬ ପ୍ରତିଶତ ଭୋଟ ମିଳିଛି। ଆସନ୍ତା ୨୫ ତାରିଖରେ ସେ ଶପଥ ଗ୍ରହଣ କରିବେ। ତେବେ ବର୍ତ୍ତମାନ ସୁଦ୍ଧା ଦେଶର ରାଷ୍ଟ୍ରପତି ହୋଇଥିବା ବ୍ୟକ୍ତିମାନେ କେତେ ଭୋଟ ପାଇଥିଲେ ଜାଣିଛନ୍ତି କି ? ଆସନ୍ତୁ ଜାଣିବା କେଉଁ ରାଷ୍ଟ୍ରପତି କେତେ ଭୋଟ ପାଇଥିଲେ।

ରାଷ୍ଟ୍ରପତି                          ମସିହା                ଭୋଟ ସଂଖ୍ୟା

ପ୍ରଣବ ମୁଖାର୍ଜୀ                   ୨୦୧୨              ୭,୧୩,୭୬୩

ପ୍ରତିଭା ପାଟିଲ                   ୨୦୦୭              ୬,୩୮,୧୧୬

ଅବଦୁଲ କାଲାମ                 ୨୦୦୨             ୯,୨୨,୮୮୪

କେ.ଆର. ନାରାୟଣନ          ୧୯୯୭             ୯,୫୬,୨୯୦

ଶଙ୍କର ଦୟାଲ ଶର୍ମା             ୧୯୯୨              ୬,୭୫,୮୬୪

ଆର. ଭେଙ୍କଟରମଣ             ୧୯୮୭             ୭,୪୦,୧୪୮

ଜ୍ଞାନୀ ଜୈଲ୍ ସିଂହ                ୧୯୮୨              ୭,୫୪,୧୧୩

ନୀଲମ ସଞ୍ଜୀବ ରେଡ୍ଡି           ୧୯୮୨              ନିର୍ଦ୍ୱନ୍ଦ୍ୱ

ଫଖରୁଦ୍ଦିନ ଅଲ୍ଲୀ                 ୧୯୭୪              ୭,୫୪,୧୧୩

ଭି.ଭି. ଗିରି                        ୧୯୬୯              ୪,୨୦,୦୭୭

ଜାକିର ହୁସେନ୍                   ୧୯୬୨              ୪,୭୧,୨୪୪

ଡା. ରାଧାକୃଷ୍ଣନ୍                  ୧୯୬୨              ୫,୫୩,୦୬୭

ଡା. ରାଜେନ୍ଦ୍ର ପ୍ରସାଦ             ୧୯୫୨              ୪,୫୯,୬୯୮

ଡା. ରାଜେନ୍ଦ୍ର ପ୍ରସାଦ             ୧୯୫୭              ୫,୦୭,୪୦୦