ଛତିଶଗଡ଼ରେ ଶେଷ ପର୍ଯ୍ୟାୟ ନିର୍ବାଚନ: ୧୦୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌

ରାୟପୁର: ଛତିଶଗଡ଼ରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ୧୯ ଜିଲ୍ଲାର ୭୨ଟି ବିଧାନସଭା ଆସନ ଲାଗି ଆରମ୍ଭ ହୋଇଛି ମତଦାନ। ସକାଳ ୮ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୫ଟାରେ ଭୋଟଗ୍ରହଣ ଶେଷ ହେବ। ମତସାବ୍ୟସ୍ତ କରିବେ ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର। ଭୋଟ ପାଇଁ ୧୯ ହଜାର ୨୯୬ଟି ଭୋଟଗ୍ରହଣ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ୧୦୭୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ଏହି ପର୍ଯ୍ୟାୟରେ ରାଜ୍ୟର ୯ ମନ୍ତ୍ରୀଙ୍କ ସମେତ ବାଚସ୍ପତି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ଛତିଶଗଡ଼ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୧ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟରେ ୧୮ଟି ସିଟ୍ ଲାଗି ଭୋଟଗ୍ରହଣ ହୋଇଥିଲା।