ସହିଦ ଯବାନଙ୍କ ଝିଅର ରଣହୁଙ୍କାର : କହିଲେ ମୋର ୫୦ ପାକିସ୍ତାନୀ ମୁଣ୍ଡ ଦରକାର

ନୂଆଦିଲ୍ଲୀ:ପାକିସ୍ତାନ ସେନା ଗତକାଲି ବର୍ବରକାଣ୍ଡ ଘଟାଇ ଅତି ବିଭତ୍ସଭାବେ ଦୁଇ ଜଣ ଭାରତୀୟ ସେନାଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ହେଡ୍‌ କନଷ୍ଟେବଳ  ପେମ୍ର ସାଗର ଶିକାର ହୋଥିବା ବେଳେ ତାଙ୍କ ଝିଅ  ଆଜି ପ୍ରତିକ୍ରୀୟାଶୀଳ ହୋଇ ଉଠିଛନ୍ତି। ପାକିସ୍ତାନକୁ କଡ଼ା ଜବାବ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସେ ପ୍ରତିଶୋଧ ଚାହାନ୍ତି ବୋଲି କହିଛନ୍ତି।

ଏପରିକି  ବାପାଙ୍କ ବଳିଦାନର ପ୍ରତିବଦଳରେ ମୁଁ ୫୦ ପାକିସ୍ତାନୀ ମୁଣ୍ଡ ଚାହେଁ ବୋଲି କହିଛନ୍ତି। ସେହିପରି ଦେଶ ପାଇଁ ପ୍ରାଣ ଦେଇଥିବା ସ୍ୱାମୀର ବଳିଦାନକୁ କେବେ ଭୁଲି ହେବ ନାହିଁ ବୋଲି  ସାଗରଙ୍କ ପତ୍ନୀ କହିଛନ୍ତି।  ସେହିପରି  ମୋ ଭାଇ ପାଇଁ ମୁଁ ଗର୍ବିତ ବୋଲି ପ୍ରେମସାଗରଙ୍କ ଭାଇ ଦୟାଶଙ୍କର କହିଛନ୍ତି। ସୂଚନା ଅନୁଯାୟୀ ଗତକାଲି ପୁଞ୍ଚର ଏଲଓସି(ଲାଇନ୍‌ ଅଫ କଣ୍ଟ୍ରୋଲ) ନିକଟରେ  କ୍ରିଷ୍ଣା ଘାଟିରେ ପାକ୍‌ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ପାକିସ୍ତାନ ସେନା  ଦୁଇ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା। ପରେ ଏହି ଯବାନଙ୍କୁ ମୃତ ଦେହକୁ ‌ଅତି ନୃଶଂସ ଭାବେ ଖଣ୍ଡଖଣ୍ଡ କରି କାଟିଥିଲେ।