ପବନରୁ ବାହାରିବ ପିଇବା ପାଣି: ସତ ହେବାକୁ ଯାଉଛି ସ୍ୱପ୍ନ

କୋଲକତା:  ପବନରୁ ବାହାରିବ ପାଣି। କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ ହେବାକୁ ଯାଉଛି। କୋଲକାତାସ୍ଥିତ ବିକ୍ରମ ସୋଲାର ଓ ଇଜ୍ରାଏଲର ୱାଟର୍‌ଜେନ୍‌ ମିଶି ଏକ ସୁରକ୍ଷିତ ଓ ସ୍ୱଚ୍ଛ ପାଣି ପାଇବା ପାଇଁ ଏକ ଯନ୍ତ୍ର ଆବିଷ୍କାର କରୁଛନ୍ତି। ସୂର୍ଯ୍ୟଙ୍କ ଶକ୍ତିରୁ ଏହି ଯନ୍ତ୍ର ସାହାଯ୍ୟରେ ସହଜରେ ମିଳି ପାରିବ ସ୍ୱଚ୍ଛ ପାଣି । ଏଥିପାଇଁ ଏହି  ଦୁଇ କମ୍ପାନୀ ସହ ଏମ୍‌ଓୟୁ ହୋଇଥିଲା। ଏବେ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।

ଆଶା କରାଯାଉଛି ଆଉ କିଛି ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ। ୱାଟରଜେନ୍‌ ବିଜିନେସ୍‌ ଡେଭଲପ୍‌ମେଣ୍ଟ ଅଫିସର୍ କହିଛନ୍ତି,“ ଏହା ଦ୍ୱାରା ଆମେ ଜଳ ନେଇ ସୃଷ୍ଟି ହେଉଥିବା ସମସ୍ୟାରୁ ସମାଧାନ ପାଇପାରିବା।”