ଏଥର ଦୁର୍ବଳ ହୋଇପାରେ ମୌସୁମୀ:ଆସିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିପାରେ। ଫଳରେ ଆବଶ୍ୟକଠାରୁ କମ୍ ପରିମାଣରେ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ସଂସ୍ଥା ‘ସ୍କାଏମିଟି ’ ପକ୍ଷରୁ ଏଭଳି ଆକଳନ କରାଯାଇଛି। ସାଧାରଣତ‍ଃ ଜୁନ ଓ ଜୁଲାଇ ମାସରେ  ମୌସୁମି ବାୟୁ ୯୫  ପ୍ରତିଶତ ବଳବତ୍ତର ରହିଥାଏ। ଏବଂ ୮୮୭ ମି.ମି. ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ତାହା କମିପାରେ ବୋଲି ଅଶଙ୍କା କରାଯାଉଛି। ଫଳରେ ଏହାର ଫର ଫ୍ରଭାବ  ଖରିଫ ଚାଷ ଉପରେ ପଡ଼ିବ। କୁହାଯାଉଛି ଏଥର ମଧ୍ୟ ଏଲନିନୋର ପ୍ରଭାବ ପଡ଼ିପାରେ। ଏଥିପାଇଁ ବର୍ଷା କମ ହେବାର ଆଶଙ୍କା ରହିଛି।