ଦୁଇ ଦଳିତ ବାଳକ କୂଅରେ ଗାଧୋଇବାରୁ …

ମୁମ୍ୱାଇ: ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାର ପାହୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଦଳିତ ନାବାଳକଙ୍କୁ ମାଡ଼ ମାରିବା ପରେ ଉଲଗ୍ନ କରି ପୂରା ଗାଁ ବୁଲିବାକୁ ବାଧ୍ୟ କରାଯାଇଥିଲା। ଏହି ଦୁଇ ନାବାଳକଙ୍କ ମଧ୍ୟରୁ ଜଣକର ବୟସ ୧୫ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୧୬। ଏମାନଙ୍କର ଏତିକି ଭୁଲ୍‌ ଥିଲା ଯେ ସେମାନେ ପୋଡ଼ଶୀ ଓକାଡି ଗାଁକୁ ଯାଇ ଜଣେ କୃଷକଙ୍କ କୂଅରେ ଗାଧୋଇଥିଲେ। ସେମାନେ କୂଅ ଭିତରେ ପଶି ଗାଧୋଇଥିଲେ।

ପୋଲିସର କହିବା ଅନୁସାରେ, କୂଅର ମାଲିକ ତାଙ୍କ ଘରର ସହାୟକଙ୍କ ସହ ମିଶି ଦୁଇ ନାବାଳକକଙ୍କୁ ଅତି ନିମର୍ମ ଭାବେ ମାଡ଼ ମାରିଥିଲା। ତେବେ ମାଡ଼ ମାରିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ପୀଡ଼ିତଙ୍କ ପରିବାର ଲୋକେ ଭାଇରାଲ ଭିଡ଼ିଓ ଦେଖିବା ପରେ ଜୁନ୍‌ ୧୦ରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପାହୁର ଥାନା ପୋଲିସ ଖବର ପାଇବା ପରେ ପୀଡ଼ିତଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଇଶ୍ୱର ଯୋଶୀ ଓ ପ୍ରହଲ୍ଲାଦ ଲୋହାରକୁ ଗିରଫ କରିଥିଲା। ଏହାପରେ ଜୁନ୍‌ ୧୧ରେ ଅଭିଯୁକ୍ତ ମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ଏବେ ଅଭିଯୁକ୍ତ ଈଶ୍ୱର ଓ ପ୍ରହଲ୍ଲାଦ ଜେଲ୍‌ରେ ଅଛନ୍ତି।

ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭାନ୍ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଦଳିତଙ୍କ ବିରୋଧରେ ଏପରି ଘଟଣା ବଢ଼ି ଚାଲିଛି।