ବଦଳି ଯିବ କି ପଶ୍ଚିମବଙ୍ଗର ନାଁ, ଜାଣନ୍ତୁ ପୂରା ଘଟଣା

କୋଲକାତା: ପଶ୍ଚିମବଙ୍ଗର ନାଁ ଖୁବ୍‌ଶୀଘ୍ର ବଦଳିବ। ଏବେ ସାରା ଦେଶରେ ଏବଂ ସବୁ ଭାଷାରେ ପଶ୍ଚିମବଙ୍ଗର ନାଁ ବାଙ୍ଗଲା ରହିବ। ଏଭଳି ଏକ ବିଲ୍‌କୁ ଆଜି ରାଜ୍ୟ ବିଧାନସଭା ଅନୁମୋଦିତ କରିଛି। ତେବେ ପଶ୍ଚିମବଙ୍ଗର ନାଁ ବାଙ୍ଗଲା ହେବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର। ତେଣୁ ବିଲ୍‌ ଆଜି ବିଧାନସଭାରେ ପାସ୍‌ ହେବା ପରେ ଏହାକୁ କେନ୍ଦ୍ର ନିକଟକୁ ପଠାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ନାଁକୁ ଇଂରାଜୀରେ ବେଙ୍ଗଲ ଓ ବେଙ୍ଗଲୀରେ ବାଙ୍ଗଲା କରିବାକୁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଏହାପରେ ରାଜ୍ୟ ସରକାର ପଶ୍ଚିମବଙ୍ଗର ନାଁ ବେଙ୍ଗଲୀରେ ବାଙ୍ଗଲା, ଇଂରାଜୀରେ ବେଙ୍ଗଲ ଓ ହିନ୍ଦୀରେ ବାଙ୍ଗଲା କରିବାକୁ ଦେଇଥିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିଲେ।

ଆଜି କ୍ଷମତାସୀନ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ଏସଂକ୍ରାନ୍ତ ବିଲ୍‌ ଉପସ୍ଥାପନ କରିଥିଲେ। ସେ କହିଥିଲେ, ସବୁ ଭାଷାରେ ପଶ୍ଚିମବଙ୍ଗର ନାଁ ବଙ୍ଗଲା ହେବା ଦରକାର।  ତେଣୁ ଏହି ବିଲ୍‌ ପାସ୍‌ ହେବା ଜରୁରୀ ବୋଲି ସେ କହିଥିଲେ। ଏହାପରେ ସର୍ବସମ୍ମତିକ୍ରମେ ବିଲ୍‌ ପାସ୍‌ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୦୧ ଜାନୁଆରୀରେ ବାମଦଳ ସରକାରର ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗର ରାଜଧାନୀ କ୍ୟାଲକାଟାର ନାଁ ବଦଳାଇ କୋଲକାତା କରିଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More