ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ

କୋଲକାତା: ପଶ୍ଚିମବଙ୍ଗର ନାନୁର ଜିଲ୍ଲାର ଏକ ଗାଁରେ ଶୁକ୍ରବାର ସକାଳେ ତୃଣମୂଳ କଂଗ୍ରେସର ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ବହୁତ ସମୟ ଧରି ଗୁଳିବିନିମୟ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ତୃଣମୂଳ କଂଗ୍ରେସର ଜଣେ ବିଧାୟକ ଓ ସ୍ଥାନୀୟ ଜଣେ ନେତାଙ୍କ ମଧ୍ୟରେ ରଜନୈତିକ ଟଣାଓଟାର ଚାଲିଥିଲା। ସେହି କାରଣରୁ ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଗୁଳିବିନିମୟ ହୋଇଥିଲା।

ଗୁଳିବିନିମୟ ହେଉଥିବା ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଶାସକ ଦଳର ଲୋକଙ୍କ ମଧ୍ୟରେ ଏମିତି ସଂଘର୍ଷ ଦେଖି ସେମାନେ ବି ଚୁପ୍ ରହିଥିଲେ। ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।