ଚାଲିଛି ବିରଳ ମହାଜାଗତିକ ଦୃଶ୍ୟ : ୮ଟା ୪୦ରେ ସର୍ବମୋକ୍ଷ, ଜାଣନ୍ତୁ ବ୍ଲୁ ମୁନ୍ କ’ଣ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ଦେଖାଯାଉଛି ଏକ ବିରଳ ମହାଜାଗତିକ ଦୃଶ୍ୟ।   ଏକ ସମୟରେ ତିନିଟି ଜାଗତିକ ଘଟଣା ଘଟୁଛ।  ତେଣୁ ଚନ୍ଦ୍ର ଆଜି ରାତିରେ ଦେଖାଦେବେ। ସୁପର୍ ମୁନ୍, ବ୍ଲୁ ମୁନ୍ ଓ ବ୍ଲଡ୍ ମୁନ୍ ଅବତାରରେ ପ୍ରାୟ ୧୫୦ ବର୍ଷ ପରେ ବ୍ଲୁ ମୁନ୍ ଏବଂ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଏକା ଦିନରେ ଦେଖିବାକୁ ମିଳୁଛି।   ଚନ୍ଦ୍ର ପୃଥିବୀର ନିକଟତର ହୋଇ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ।  ଏହାକୁ ସୁପର୍ ମୁନ୍ କୁହାଯାଏ ।  ଏବର୍ଷର ଏହା ଦ୍ୱିତୀୟ ସୁପର୍ ମୁନ୍ ହେବ।   ଗତ ୨ ତାରିଖରେ ମଧ୍ୟ ଏକ ସୁପର୍ ମୁନ୍ ଦେଖାଦେଇଥିଲା।   ସେହିପରି  ଗୋଟିଏ ଇଂରାଜୀ ମାସରେ ଦୁଇଥର ପୂର୍ଣ୍ଣିମା ହେଲେ ଏହାକୁ ବ୍ଲୁ ମୁନ୍ ମଧ୍ୟ କୁହାଯାଏ ।