ବ୍ୟକ୍ତିଗତ ଟିକସ୍‌ ଦାତା ନିରାଶ: ବଜେଟ୍‌ରେ ଆଉ କାହା ପାଇଁ କ’ଣ ବ୍ୟବସ୍ଥା ପଢ଼ନ୍ତୁ

ନୂଆଦିଲ୍ଲୀ: ବଜେଟ୍‌ ପୂର୍ବରୁ ବ୍ୟକ୍ତିଗତ ଟିକସ୍‌କୁ ନେଇ ଯେଉଁ କଳ୍ପନାଜଳ୍ପନା ହେଉଥିଲା। କେନ୍ଦ୍ର ସରକାର ଟିକସ୍‌ରେ ରିହାତି ଦେବେ ବୋଲି ଆଶା କରାଯାଉଥିଲା। ହେଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍‌ ଉପସ୍ଥାପନ କରିବା ପରେ ବ୍ୟକ୍ତିଗତ ଟିକସ୍‌ ଦାତା ନିରାଶ ହୋଇଛନ୍ତି। ଚଳିତ ବଜେଟ୍‌ରେ ବ୍ୟକ୍ତିଗତ ଟିକସ୍‌ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇନି। ପୂର୍ବ ବର୍ଷ ଭଳି ବ୍ୟକ୍ତିଗତ କ୍ଷେତ୍ରରେ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ବ୍ୟବସ୍ଥା ବଳବତ୍ତର ରହିଛି। ତେବେ ବେତନଭୋଗୀ କର୍ମଚାରୀଙ୍କୁ ପରିବହନ ଓ ମେଡିକାଲ ଖର୍ଚ୍ଚରେ ୪୦ ହଜାର ରିହାତି ମିଳିଛି।

ଏମ୍‌ଏସ୍‌ଏମ୍‌ଇରେ ୨୫୦ କୋଟି ଆୟ ଉପରେ କର୍ପୋରେଟ୍ ଟିକସ୍‌ ୨୫%କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବ ଚଳିତ ବଜେଟ୍। ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କ ଜମା ସୁଧ ଉପରେ ୫୦ ହଜାର ପର୍ଯ୍ୟନ୍ତ ଟିକସ ଛାଡ଼ ହୋଇଛି।