ହ୍ୱାଟ୍ସଆପ୍‌ ଭିଡିଓ କଲିଂରେ ଭାରତ ନମ୍ୱର ୱାନ୍‌

ନୂଆଦିଲ୍ଲୀ: ଏବେ ହ୍ୱାଟ୍ସଆପ୍‌ର ବହୁତ ଡିମାଣ୍ଡ। ପରିବାର ଲୋକ ଓ ସାଙ୍ଗ ସାଥୀଙ୍କ ସହ କଥା ହେବା, ଫଟୋ ସେୟାର କରିବା ଓ ଭିଡିଓ କଲିଂ କରିବାରେ ଏହାକୁ ସବୁଠାରୁ ଭଲ ମାଧ୍ୟମ ମନା ଯାଉଛି। ତେବେ ଆପଣ ଜାଣିଛନ୍ତି ହ୍ୱାଟ୍ସଆପ୍‌ ଭିଡିଓ କଲିଂ ଫିଚର୍‌ ବ୍ୟବହାର କରିବାରେ ଭାରତ ସବୁଠାରୁ ଆଗରେ ରହିଛି।

ହ୍ୱାଟ୍ସଆପ୍‌ ଗତବର୍ଷ ନଭେମ୍ୱରରେ ଭିଡିଓ କଲିଂ ଫିଚର୍‌ ଲଞ୍ଚ୍‌ କରିଥିଲା। ଏହାର ୬ ମାସ ପରେ ହ୍ୱାଟ୍ସଆପ୍‌ କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଏହି ଫିଚର ବ୍ୟବହାର କରିବାରେ ଭାରତ ଆଗରେ ରହିଛି।

ଭାରତରେ ପ୍ରତିଦିନ ଭିଡିଓ କଲିଂ ହାରାହାରି ୫୦ କୋଟି ମିନିଟ୍‌ ରେକର୍ଡ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଯାହା ବିଶ୍ୱରେ ହ୍ୱାଟ୍ସଆପ୍‌ ବ୍ୟବହାର କରୁଥିବା ଦେଶମାନଙ୍କ ତୁଳନା ମଧ୍ୟରେ  ସବୁଠାରୁ ଅଧିକ ରହିଛି।

ସାରା ବିଶ୍ୱରେ ପ୍ରତିମାସରେ ୧.୨ ବିଲିୟନ୍‌ ହ୍ୱାଟ୍ସଆପ୍‌ ୟୁଜର୍ସ ରହିଛନ୍ତି। ସେଥିରୁ ପ୍ରତି ମାସରେ ୨୦୦ ମିଲିୟନ୍‌ ଆକ୍ଟଟିଭ୍‌ ୟୁଜର୍ସ କେବଳ ଭାରତରେ ରହିଛନ୍ତି। ୩୪୦ ମିଲିୟନ୍‌ ମିନିଟ୍‌ ଭିଡିଓ କୋଲିଂରେ ୫୦ ମିଲିୟନ୍‌ ମିନିଟ୍‌ ଭିଡିଓ କୋଲିଂ କେବଳ ଭାରତରେ କରାଯାଇଥାଏ।

ହ୍ୱାଟ୍ସଆପ୍‌ ନିଜର ଭିଡିଓ କୋଲିଂ ଫିଚର୍‌ ଲଞ୍ଚ୍‌ କରିବା ସମୟରେ କହିଥିଲା, ଏହି ନୂଆ ଭିଡିଓ କୋଲିଂ ଫିଚର୍‌କୁ ଭାରତକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି। ଏଠାକାର ୟୁଜର୍ସ ସବୁବେଳେ ଇଣ୍ଟରନେଟ୍‌ ସଂଯୋଗକୁ ନେଇ ଚିନ୍ତାରେ ରହିଥାଆନ୍ତି।

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ଆଜ୍‌ତକ୍‌