ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ଫିଚର: ଜାଣନ୍ତୁ କେଉଁ କାମରେ ଲାଗିବ

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍‌ ନିଜର ପେମେଣ୍ଟ ସର୍ଭିସ୍‌କୁ ସରଳ କରିବା ପାଇଁ ଲଗାତାର ନୂଆ ନୂଆ ଫିଚର ଯୋଡ଼ୁଛି। ଏଥର କମ୍ପାନୀ ନିଜର ଆଣ୍ଡ୍ରଏଡ୍ ବିଟା ଆପ୍‌ରେ ଏକ ନୂଆ ଫିଚର ଯୋଡ଼ିଛି। ଯାହା ସାହାଯ୍ୟରେ ୟୁଜର୍ସ ହ୍ୱାଟ୍‌ସଆପ୍‌ରେ ଥିବା ନିଜର ସାଙ୍ଗ ସାଥୀମାନଙ୍କୁ ଟଙ୍କା ପାଇଁ ରିକ୍ୟୁଏଷ୍ଟ ମେସେଜ୍‌ ପଠାଇ ପାରିବେ। QR କୋଡ ସାହାଯ୍ୟରେ ଏହାକୁ ସ୍କାନ କରାଯାଇ ସାଙ୍ଗମାନଙ୍କୁ ଟଙ୍କା ପଠାଇ ପାରିବେ। ଏହା କିପରି କରିବେ ଆସନ୍ତୁ ଜାଣିବା।

ପ୍ରଥମେ ହ୍ୱାଟ୍‌ସଆପ୍‌ ସେଟିଂକୁ ଯାଆନ୍ତୁ। ଏହାପରେ ପେମେଣ୍ଟକୁ ଯାଇ ନ୍ୟୁ ପେମେଣ୍ଟର ବିକଳ୍ପ ଚୟନ କରନ୍ତୁ। ଏଠାରେ ଦୁଇଟି ବିକଳ୍ପ ଦେଖାଯିବ ଗୋଟିଏ ହେଲା to UPI ID ଓ ଅନ୍ୟଟି Scan QR Code। ଏହି ଦୁଇ ବିକଳ୍ପ ମଧ୍ୟରୁ ଆପଣ Scan QR Code ଚୟନ କରି କରିପାରିବେ କିମ୍ବା UPI ଭେରିଫାଏ କରିପାରିବେ। ଏହାପରେ ପୁଣିଥରେ ପେ ମନି ଓ ରିକ୍ୟୁଏଷ୍ଟ ମନି ନାମରେ ଦୁଇଟି ବିକଳ୍ପ ମିଳିବ। ଆପଣ ପେ ମନିରେ ସିଲେକ୍ଟ କରି ପେମେଣ୍ଟ କରିପାରିବେ। ଧ୍ୟାନ ରଖନ୍ତୁ ଏହି ରିକ୍ୟୁଏଷ୍ଟର ବୈଧତା କେବଳ ୨୪ ଘଣ୍ଟା ପାଇଁ ରହିବ। ଏହି ସମୟ ବିତିଗଲେ ଆପଣ ଆଉ ଏହି ରିକ୍ୟୁଏଷ୍ଟେରେ ଟଙ୍କା ପଠାଇ ପାରିବେ ନାହିଁ। ଏହି ସୁବିଧା କେବଳ ହ୍ୱଟ୍‌ସଆପ୍‌ ବିଟା ଭର୍ସନ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।