ହ୍ୱାଟ୍ସଆପ୍‌ ବ୍ୟବହାର ହେବ ଅଧିକ ସହଜ ଓ ସରଳ: ଆସିଛି ତିନୋଟି ନୂଆ ଫିଚର୍ସ

ନୂଆଦିଲ୍ଲୀ: ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର। ହ୍ୱାଟ୍ସଆପ୍‌ ଆଣିଛି ୩ଟି ନୂଆ ଫିଚର୍ସ। ଯାହା କେବଳ ଆଇଫନ୍‌ ୟୁଜର୍ସମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ। ଏହି ତିନୋଟ୍ ଫିଚର୍ସ ଦ୍ୱାରା ଏହି ଆପ୍‌ ଆହୁରି ଅଧିକ ଲୋକମାନଙ୍କ ମଧ୍ୟରେ ଆଦୃତ ହେବ।

୧-ଆଲବମ ଫିଚର୍ସ: ହ୍ୱାଟ୍ସଆପରେ ଯଦି କୌଣସି କଣ୍ଟାକ୍ଟ୍‌କୁ ୪ କିମ୍ବା ତାହାଠାରୁ ଅଧିକ ଫଟୋ ସେଣ୍ଡ କରୁଛନ୍ତି ତେବେ ଏହି ଆପ୍‌ ଫଟୋଗୁଡିକୁ ଗ୍ରୁପ୍‌ କରି ଏକ ଆଲବମ୍‌ ରୂପ ଦେଇଦେବ। ଏବଂ ଉଭୟ ସେଣ୍ଡ କରୁଥିବା ବ୍ୟକ୍ତି ଓ ରିସିଭ୍‌ କରୁଥିବା ବ୍ୟକ୍ତି ଏହି ଆଲବମକୁ ଫୁଲ୍‌ ସ୍କ୍ରିନ୍‌ରେ ଦେଖିପାରିବେ।

୨- ସର୍ଟକଟ୍‌ ରିପ୍ଲାଏ: ଗ୍ରୁପରେ କୌଣସି ମେସେଜ୍‌ର ରିପ୍ଲାଏ ଦେବା ଏଥିରେ ପୂର୍ବ ଅପେକ୍ଷା ହେବ ସହଜ। ଖାସ କରି ଯେତେବେଳେ ଗ୍ରୁପରେ ଅଧିକ ସଂଖ୍ୟାର ମେସେଜ୍‌ ଆସୁଛି ଓ ଆପଣ ଏହାର ରିପ୍ଲାଏ ଦେବାକୁ ଚାହୁଁଛନ୍ତି। ସେତେବେଳେ ଗୋଟିଏ ସ୍ୱାପ୍‌ କରି ଆପଣ ମେସେଜ୍‌ର ରିପ୍ଲାଏ ଦେଇପାରିବେ।

୩-ଫିଲ୍ଟର୍‌: ଆଇଫୋନ୍‌ ୟୁଜର୍ସ ଏବେ ହ୍ୱାଟ୍ସ୍‌ଆପ୍‌ ଫଟୋରେ ଫିଲ୍ଟର ଆଡ୍‌ କରିପାରିବେ। କେବଳ ଏତିକି ନୁହେଁ ଭିଡିଓ ଗୁଡିକରେ ମଧ୍ୟ ଫିଲ୍ଟର ଆଡ୍‌ କରିବାକୁ ଅପସନ୍‌ ମିଳିବ। ଏହାସହ ସ୍ନାପ୍‌ ଚାଟ୍‌ ଓ ହ୍ୱାଟ୍ସଆପ୍‌ରେ ମଧ୍ୟ ଫିଲ୍ଟର ଆଡ୍‌ କରିପାରିବେ।