ଆଇପିଏଲ୍‌ ଟ୍ରଫି ସହ କିଏ ଏହି ମିଷ୍ଟ୍ରୀ ଗର୍ଲ? ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି ଫଟୋ

ମୁମ୍ବାଇ: ଆଇପିଏଲ୍‌ ୧୦ ଶେଷ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆ ଏହି ମୁକୁଟ ପିନ୍ଧିଛି। ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଜିତିବା ପରେ ଜଣେ ମିଷ୍ଟ୍ରୀ ଗର୍ଲଙ୍କ ଫଟୋ ଏବେ ଚର୍ଚ୍ଚାର ପରିସରରକୁ ଆସିଛି। ଏହି ମିଷ୍ଟ୍ରୀ ଗର୍ଲଙ୍କ ହାତରେ ଅଛି ଆଇପିଏଲ୍ ଟ୍ରଫି ଓ ସେ ବହୁତ ଖୁସି ଥିବା ନଜର ଆସୁଛନ୍ତି। ଜାଣିଛନ୍ତି ଏହି ମିଷ୍ଟ୍ରୀ ଗର୍ଲ କିଏ? ସେ ଆଉ କେହି ନୁହଁନ୍ତି, ଆଇପିଏଲ୍‌ ୧୦ରେ ଭଲ ପ୍ରଦର୍ଶନ କରିଥିବା କ୍ରୁଣାଳ ପାଣ୍ଡିୟାଙ୍କ ଭାବିପତ୍ନୀ। ସେମାନଙ୍କର ନିର୍ବନ୍ଧ ଶେଷ ହୋଇ ସାରିଛି। କ୍ରୁଣାଳ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡିୟାଙ୍କ ବଡ଼ ଭାଇ। ସେ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ। ହାର୍ଦ୍ଦିକ ବି ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ।

କ୍ରୁଣାଳଙ୍କ ଭାବିପତ୍ନୀ ଆଇପିଏଲ୍ ଟ୍ରଫିକୁ ହାତରେ ଧରି ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିଛନ୍ତି। ତାଙ୍କ ନାଁ ପଙ୍ଖୁଡ଼ି ଶର୍ମା। ସେ ଜଣେ ମଡେଲ୍‌। ଫ୍ୟାସନ୍ ଦୁନିଆ ସହିତ ସେ ଜଡ଼ିତ। ପଙ୍ଖୁଡ଼ି ପାଣ୍ଡିୟା ବ୍ରଦର୍ସଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି। ପାଣ୍ଡିୟା ପରିବାର ସହିତ ଜଡ଼ିତ ଲୋକଙ୍କ କହିବା ଅନୁଯାୟୀ ଏ ବର୍ଷ କ୍ରୁଣାଳ ଓ ପଙ୍ଖୁଡ଼ିଙ୍କ ବାହାଘର ହେବ।

ରିପୋର୍ଟ ଓ ଫଟୋ- ନବଭାରତ ଟାଇମ୍ସ