ହିଂସ୍ର ବାଘର ମାଲିକ ହେବାକୁ ଚାହୁଁଛନ୍ତି କି: ପଢନ୍ତୁ ସରକାରୀ ସର୍ତ୍ତ

ମୁମ୍ବାଇ: ଏବେ କୁକୁର କିମ୍ବା ବିଲେଇ ଭଳି ନିରୀହ ପ୍ରାଣୀ ନୁହେଁ  ବରଂ ବାଘ, ସିଂହ, ଚିତାବାଘ ପରି ହିଂସ୍ର ପ୍ରାଣୀଙ୍କର ମଧ୍ୟ ଆପଣ ମାଲିକ ହୋଇପାରିବେ। ତାହା ପୁଣି କୌଣସି ବାହାର ଦେଶରେ ନୁହେଁ ବରଂ ଭାରତରେ। ଏଭଳି ସୁଯୋଗ ଆଣି ଦେଇଛି ମୁମ୍ବାଇର ସଞ୍ଜୟ ଗାନ୍ଧି ନ୍ୟାସନାଲ ପାର୍କ। ବାଘ, ସିଂହ, ନୀଳଗାଈ, ହରିଣର ମାଲିକ ହେବା ପାଇଁ ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା। ଏଥିପାଇଁ ରେଟ୍‌ ଚାର୍ଟ ମଧ୍ୟ ପ୍ରସ୍ତୁତ କରିଛି ଏହି ଜାତୀୟ ଉଦ୍ୟାନ। ତେବେ ମାଲିକଙ୍କ ପାଇଁ କଡା ସର୍ତ୍ତ ରଖିଛନ୍ତି ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ।

ଜାଣନ୍ତୁ କଣ ରହିଛି ସର୍ତ୍ତ:

୧-ଜାତୀୟ ଉଦ୍ୟାନ ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଗୋଟିଏ ପ୍ରାଣୀଙ୍କୁ ପୋଷ୍ୟପଶୁ ରୁପେ ଆପଣାଇପାରିବେ।

୨- ପୋଷ୍ୟପଶୁ ବାବଦକୁ ମାଲିକ ଦେଇଥିବା ଟଙ୍କା ଫେରସ୍ତ ହେବ ନାହିଁ।

୩-ପୋଷ୍ୟପଶୁ ଭାବେ ଗ୍ରହଣ କରିବା ପରେ ମଧ୍ୟ ମାଲିକାନାସତ୍ତ୍ୱ ରହିବ ରାଜ୍ୟ ସରକାରଙ୍କ ପାଖରେ।

୪- ପୋଷ୍ୟପଶୁ ଭାବେ ଗ୍ରହଣ କରିଥିବା ମାଲିକଙ୍କ ନାମ ପିଞ୍ଜରା ବାହାରେ ଉଲ୍ଲେଖ ରହିବ ।

୫- ପୋଷ୍ୟପଶୁକୁ ଦେଖିବା ସପ୍ତାହକୁ ଥରେ ମାଲିକ ବିନା କୌଣସି ଶୁକ୍ଲରେ ଉଦ୍ୟାନ ଭିତରକୁ ଯାଇପାରିବେ।

୬-ପୋଷ୍ୟପଶୁ ଭାବେ ଗ୍ରହଣ କରିବା ସତ୍ତ୍ୱେ ସେମାନଙ୍କ ଖାଦ୍ୟ, ଔଷଧ କିମ୍ବା ପିଞ୍ଜରାକୁ ନେଇ କୌଣସି ପ୍ରଶ୍ନ ଉଠାଇ ପାରିବେ ନାହିଁ ମାଲିକ।

୭- ପୋଷ୍ୟପଶୁ ଗ୍ରହଣ କରିବା ମାଲିକଙ୍କୁ ଏଥିପାଇଁ ଜାତୀୟ ଉଦ୍ୟାନ ତରଫରୁ ଏକ ପ୍ରମାଣପତ୍ର ମଧ୍ୟ ଦିଆଯାଇଥାଏ।

ରେଟ ଚାର୍ଟ:

ସିଂହ            ୩ଲକ୍ଷ ଟଙ୍କା

ବାଘ            ୩ ଲକ୍ଷ ଦଶ ହଜାର

ଧଳା ବାଘ     ୩ ଲକ୍ଷ କୋଡିଏ ହଜାର

ଚିତାବାଘ      ୧ଲକ୍ଷ କୋଡିଏ ହଜାର

ବିଲେଇ         ପଚାଶ ହଜାର

ହରିଣ            କୋଡିଏ ହଜାର

ନୀଳଗାଈ        ତିରିଶ ହଜାର

୨୦୧୪ରେ ଆଦିତ୍ୟ ଠାକ୍‌ରେ ଓ ସାନଭାଇ ତେଜାସ ଠାକରେ ୫ ବର୍ଷର ବାଘ ଓ ଦୁଇଟି ବିଲେଇକୁ ପୋଷ୍ୟପଶୁ ଭାବେ ଗ୍ରହଣ କରିଥିଲେ। ତେବେ ଗତ ସୋମବାର ମୋଦି ସରକାରର କ୍ୟାବିନେଟ୍ ମନ୍ତ୍ରୀ ରାମଦାସ ଆଠାୱାଲେ ଏକ ଚିତାବାଘକୁ ପୋଷ୍ୟପଶୁ ଭାବେ ଗ୍ରହଣ କରି ନିଜକୁ ଏହି ଟ୍ରେଣ୍ଡରେ ସାମିଲ କରିଛନ୍ତି।

Courtesy- Hindustan Times