ନୀତୀଶ କହିଲେ ସେ ମୁର୍ଖ ନୁହଁନ୍ତି; କାହିଁକି ଏମିତି କହିଲେ ପଢ଼ନ୍ତୁ

ପାଟନା: ‘ମୁଁ ପ୍ରାଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ପ୍ରାର୍ଥୀ ନୁହେଁ।’ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିରୁଦ୍ଧରେ ନୀତୀଶ କୁମାର ମହାମେଣ୍ଟ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ନୀତୀଶ କହିଛନ୍ତି,‘ମୁଁ ଏତେ ମୁର୍ଖ ନୁହେଁ ଯେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବି। କେବଳ ମୋତେ ଟାର୍ଗେଟ୍ କରି ମୋ ବିଷୟରେ ଏମିତି ପ୍ରଚାର କରାଯାଉଛି।’

ତେବେ ଯେଉଁମାନେ ତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଅଛି ବୋଲି ମନେକରୁଛନ୍ତି ସେମାନଙ୍କୁ ଧନ୍ୟବାଦ ବୋଲି କହିଛନ୍ତି ନୀତୀଶ।

ସୌଜନ୍ୟ- ଆଜ୍‌ତକ୍‌