ଭାରତ ସହ ବାଣିଜ୍ୟିକ ଯୁଦ୍ଧରେ ପାକିସ୍ତାନର ପରାଜୟ!

ଇସଲାମାବାଦ: ଭାରତ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ କରିବା ପରେ ଅଗଷ୍ଟ ୯ ତାରିଖରେ ବିଧିବଦ୍ଧ ଭାବେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ବାଣିଜ୍ୟ ଏବଂ ବିକାଶକୁ ନେଇ ଜାତିସଂଘର ଏକ ସମ୍ମିଳନୀରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟର ମୂଲ୍ୟ ୨.୮ ବିଲିଅନ୍‌ ଡଲାର। ଏଥିରୁ ଭାରତର ରପ୍ତାନୀ ୨.୩ ବିଲିଅନ୍‌ ଡଲାର ହୋଇଥିବାବେଳେ ପାକିସ୍ତାନରୁ ଭାରତର ଆମଦାନୀ ମାତ୍ର ୫୦୦ ମିଲିଅନ୍‌ ଡଲାର। ଏଥିରୁ ସ୍ପଷ୍ଟ ପାକିସ୍ତାନର ନିଷ୍ପତ୍ତି କେତେ ଆତ୍ମଘାତୀ।

ପାକିସ୍ତାନ ଭାରତ ଉପରେ ନିର୍ଭର କରିବା ଭାରତର ନିର୍ଭରଶୀଳତାଠାରୁ ଅଧିକ। ଭାରତର ମୋଟ ରପ୍ତାନୀର ୦.୭୩% ପାକିସ୍ତାନକୁ ରପ୍ତାନୀ ହୋଇଥାଏ। କିନ୍ତୁ ଭାରତକୁ ପାକିସ୍ତାନର ରପ୍ତାନୀ ଏହାର ମୋଟ ରପ୍ତାନୀର ୧.୬୨%। ଅନ୍ୟପକ୍ଷରେ ପାକିସ୍ତାନର ଭାରତରୁ ଆମଦାନୀ ଭାରତର ପାକିସ୍ତାନରୁ ଆମଦାନୀର ୫ ଗୁଣ। ପାକିସ୍ତାନ ଭାରତର ମୋଟ ଆମଦାନୀର ୦.୦୯% ଆମଦାନୀ କରିଥାଏ।

ପାକିସ୍ତାନରୁ ଆସୁଥିବା ବିଭିନ୍ନ ସାମଗ୍ରୀ ମଧ୍ୟରେ ସିମେଣ୍ଟ ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ। ଏହା ଏକ ମାତ୍ର ଉତ୍ପାଦ ଯେଉଁ ଉତ୍ପାଦର ମୋଟ ଆମଦାନୀର ୧୦%ରୁ ଊର୍ଦ୍ଧ୍ୱ ଆମଦାନୀ ପାକିସ୍ତାନରୁ ହୋଇନଥାଏ।

୪୦ଟି ଉତ୍ପାଦ କ୍ଷେତ୍ରରେ ଭାରତରୁ ପାକିସ୍ତାନର ଆମଦାନୀ ଏହାର ମୋଟ ଆମଦାନୀର ୧୦%। ଏଥିରୁ ୧୭ଟି ଉତ୍ପାଦ ଭାରତରୁ ହେଉଥିବା ଆମଦାନୀର ଏକ ଚତୁର୍ଥାଂଶ। ବର୍ତ୍ତମାନ ଯେଉଁ ସ୍ଥିତି ଉପୁଜିଛି ଏହି ସବୁ ଉତ୍ପାଦର ଦର ବର୍ତ୍ତମାନ ପାକିସ୍ତାନରେ ବଢ଼ିଯିବ।

ଆମଦାନରେ କଟକଣା ଉତ୍ପାଦର ଦର ବଢ଼ାଇବାକୁ ଥିବାବେଳେ ରପ୍ତାନୀରେ ବ୍ୟାନ୍‌ ଘରୋଇ ଉତ୍ପାଦନକାରୀଙ୍କ ନିଦ ହଜାଇ ଦେବ। ଏପରିକି ଏହି ଉତ୍ପାଦନକାରୀ ନୂଆ ମାର୍କେଟ୍‌ ପାଇବା ମଧ୍ୟ କଷ୍ଟକର ହୋଇପଡ଼ିବ। ବିଶେଷ କରି ତେଲ ଏବଂ କଟନ୍‌ ପାଇଁ ଭାରତ ପାକିସ୍ତାନର ଏକ ବୃହତ୍‌ ମାର୍କେଟ୍‌ ହୋଇଥିବାରୁ ଏହାର ପ୍ରଭାବ ମଧ୍ୟ ପଡ଼ିବ।

ଏସବୁ ବ୍ୟତୀତ ପୂର୍ବରୁ ପାକିସ୍ତାନ ଭାରତ ପଟୁ ବିମାନ ଉଡ଼ାଣରେ କଟକଣା ଲଗାଇ ମଧ୍ୟ କ୍ଷତି ସହିଛି। ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଏୟାର ଟୋଲ୍‌ରେ ମଧ୍ୟ କ୍ଷତି ସହିଥିଲା। କିନ୍ତୁ ବିମାନ ଉଡ଼ାଣରେ କଟକଣା ହେତୁ ଦିନକୁ ୪୦୦ ବିମାନର ଉଡ଼ାଣ ବନ୍ଦ ହେଲା। ଏହା ଫଳରେ ପ୍ରାୟ ୧୦୦ ମିଲିଅନ୍‌ କ୍ଷତି ହୋଇଥିଲା। ଏୟାର ଟୋଲ୍‌ କୌଣସି ଏକ ରାଷ୍ଟ୍ର ଉପର ଦେଇ ଉଡ଼ାଣ କାରଣରୁ ଦିଆଯାଇଥାଏ। ବିମାନର ପ୍ରକାଣ, ଏହା କେତେ ସମୟ ଉଡ଼ିଛି ଏବଂ ଏହାର ଓଜନ ଏହା ଉପରେ ଏହି ଟୋଲ୍‌ ନିଭୟର କରେ।