ବିପ୍ଳବଙ୍କ ବିବାଦୀୟ ବୟାନ: ସରକାରୀ ଚାକିରି ବଦଳରେ ପାନ ଦୋକାନ କର 

ଅଗରତାଲା: ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ସରକାରୀ ଚାକିରି ବଦଳରେ ପାନ ଦୋକାନ ଖୋଲିବାକୁ ଯୁବକଙ୍କୁ ପରାମର୍ଶ ଦେଇଛନ୍ତି ବିପ୍ଳବ। ଗତ ଶନିବାର ତ୍ରିପୁରା ଭେଟେନାରୀ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।

ଶିକ୍ଷିତ ଯୁବକମାନେ ସରକାରୀ ଚାକିରି ପାଇଁ ନେତାଙ୍କ ପଛରେ ଦୌଡ଼ିବା ଅପେକ୍ଷା ପାନ ଦୋକାନ କରିବା ଭଲ। ପାନ ଦୋକାନ କଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ବୋଲି ସେ କହିଥିଲେ। ତାଙ୍କର ଏପରି ମନ୍ତବ୍ୟ ଉପରେ ବିରୋଧୀ ଦଳ ତାତ୍ସଲ୍ୟ କରିଛନ୍ତି।

ପୂର୍ବରୁ  ମଧ୍ୟ ମହାଭାରତ ସମୟରେ ଇଣ୍ଟରନେଟ୍ ଥିଲା ବୋଲି ସେ କହିଥିଲେ।  ଏହାସହ ମେକାନିକାଲ ଇଞ୍ଜିନିୟରମାନେ ସିଭିଲ ସର୍ଭିସ୍ ଚୟନ କରି ସମାଜ ନିର୍ମାଣ କରିବା କଥା। ସିଭିଲ ଇଞ୍ଜିନିୟରଙ୍କ ପାଖରେ ସିଭିଲ ସର୍ଭିସ ଲାଗି ଜ୍ଞାନ ଥାଏ ବୋଲି ବିପ୍ଳବ କହିଥିଲେ। ଯାହାକୁ ନେଇ ଖୁବ୍‌ ଦେଶରେ ଖୁବ ଚର୍ଚ୍ଚା ହୋଇଥିଲା।