ଦରକାର ନାହିଁ ମୋର ଅଗାଧୁଆ ସ୍ୱାମୀ: ତଲାକ୍‌ ଦେବାକୁ ଥାନାରେ ଫେରାଦ୍‌ ହେଲା ସ୍ତ୍ରୀ

ନୂଆଦିଲ୍ଲୀ: ତିନି ତଲାକ୍‌କୁ ନେଇ ସାରା ଦେଶରେ ଏବେ ବିବାଦୀୟ ପରିସ୍ଥିତି। ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି। ଏପରି ସ୍ଥିତିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ତଲାକ୍‌ (ଛାଡପତ୍ର) ମାମଲା। ତେବେ ମହିଳା ଜଣଙ୍କ ଆଣିଥିବା ଅଭିଯୋଗ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସ୍ୱାମୀ ନିୟମିତ ଗାଧୋଉ ନ ଥିବାରୁ ମହିଳା ଜଣଙ୍କ ତଲାକ୍‌ ନେବାକୁ ନୋଇଡାର ସେକ୍ଟର-୩୯ ମହିଳା ଥାନାରେ ଅଭିଯୋଗ କରିଥିଲେ।

ଗଣମାଧ୍ୟମ ଅନୁସାରେ ଝାରଖଣ୍ଡର ଏହି ଦମ୍ପତି ଦିଲ୍ଲୀର ନୋଇଡାର ସେକ୍ଟର-୮ରେ ରହୁନ୍ତି। ଗତବର୍ଷ ଏମାନଙ୍କ ବିବାହ ହୋଇଥିଲେ। ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ତାଙ୍କ ସ୍ୱାମୀ ବହୁଦିନ ପର୍ଯ୍ୟନ୍ତ ଗାଧୋଇ ନ ଥାନ୍ତି। ଫଳରେ ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରି ଥାଏ। ଏପରିସ୍ଥିତିରେ ତାଙ୍କ ସହ ରହିବା ସମ୍ଭବ ହେଉ ନ ଥିବାରୁ ସେ ତାଙ୍କ ପାଖରୁ ତଲାକ୍‌ ଚାହୁଁଛନ୍ତି।

ଥାନା ଅଧିକାରୀ ଅଞ୍ଜୁ ତିବତୀୟା କହିଛନ୍ତି,“ଅଭିଯୋଗ ପାଇବା ପରେ ଦମ୍ପତିଙ୍କୁ ଥାନାକୁ ଡାକି ବୁଝାଶୁଝା କରିବା ପରେ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି।”