ବାଥରୁମ୍‌ରେ ଥିବା ସ୍ୱାମୀଙ୍କୁ ଗୁଳି ମାରିଲେ ପତ୍ନୀ

ନୂଆଦିଲ୍ଲୀ: କ୍ରୋଧ ମଣିଷକୁ ବ୍ରହ୍ମ ଚଣ୍ଡାଳ କରିଦିଏ। ଏମିତିକି ନିଜ ହିତାହତ ଜ୍ଞାନ ମଧ୍ୟ ହରାଇ ବସେ। ବଡ଼ ସାନ ସବୁ କିଛି ଭୁଲି ଯାଏ। କ୍ରୋଧର ବଶବର୍ତ୍ତୀ ହୋଇ ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି  ଜଣେ ମହିଳା। ମହିଳା ଜଣକ ଆମେରିକାର ଏରିଜୋନାର। ବାଥ୍‌ରୁମ୍‌ରେ ଥିବା ସ୍ୱାମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ମହିଳା। କଥା ନ ଶୁଣିବାରୁ ସ୍ୱାମୀଙ୍କୁ ଗୁଳି ମାରିଛନ୍ତି ମହିଳା। ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ।

ଏକ ଗଣମାଧ୍ୟମ ଖବର ଅନୁସାରେ ‌ଉକ୍ତ ବ୍ୟକ୍ତି ପୋଲିସ ଆଗରେ କହିଛନ୍ତି,“ ମୋ ପତ୍ନୀ  ବାଥ୍‌ରୁମ୍‌ ଭିତରେ ପଶି  ୨ ଥର ଗୁଳି ଚଳାଇ ଥିଲେ। ହେଲେ ଗୁଳି ଗୁଡ଼ିକ ମୋ ମୁଣ୍ଡ ପାଖ ଦେଇ ବାହାରି ଯାଇଥିଲା।”

ପୋଲିସ କହିଛି ଯେ, ମହିଳାଙ୍କ କଥାକୁ ଧ୍ୟାନ ଦିଆ ନଯିବାରୁ ସେ ଗୁଳି ଚଲାଇଥିଲେ।

ଅନ୍ୟପକ୍ଷରେ ମହିଳା କହିଛନ୍ତି,“ମୁଁ ଦୁଇଥର ଗୁଳି ଚାଳନା କରିଥିଲି ଗୁଳି ଯାଇ କାନ୍ଥରେ ବାଜିଥିଲା। ମୋ କଥାକୁ ଶୁଣିବା ପାଇଁ ମୁଁ ଗୁଳି ଚାଳନା କରିଥିଲି।”