ଏଣିକି ବିମାନରେ ୱାଇଫାଇ   

ନୂଆଦିଲ୍ଲୀ:ଏଣିକି ବିମାନରେ ଆପଣ ଇ-ମେଲ ଚେକିଂ ସହ ଇଣ୍ଟରନେଟରେ ଚାର୍ଟିଂ ମଜା ନେଇପାରିବେ। କାରଣ ବିମାନରେ ମିଳିବ ୱାଇଫାଇ ସୁବିଧା। ଏନେଇ ସୁରକ୍ଷା ସଂସ୍ଥା ପକ୍ଷରୁ ସବୁଜ ସଙ୍କେତ ମିଳିଛି।  ଖୁବ୍‌ ଶୀଘ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁଧ୍ୟାନ କରାଯିବ। ସୁରକ୍ଷା ପ୍ରସଙ୍ଗକୁ ନେଇ ବିଚାର ବିମର୍ଷ ହେବ। ଏୟାରକ୍ରାଫ୍ଟ ସିଷ୍ଟମରେ ଆତଙ୍କବାଦୀ ହ୍ୟାକ୍‌ କରିବା ଆଶଙ୍କା ଥିବାରୁ ଆଗରୁ ବିମାନରେ ଇଣ୍ଟରନେଟ ବ୍ୟବହାର ନେଇ ଭାରତରେ କଟକଣା ଥିଲା । ଏବେ ସୁରକ୍ଷା ଦୃଷ୍ଟି କୋଣରୁ ଯାଞ୍ଚ ପରେ ବିମାନରେ ଇଣ୍ଟରନେଟ ସେବା ଉପଲବ୍ଧ କରାଯିବା ନେଇ ବିଚାର କରାଯାଉଛି।