ଶ୍ରୀଦେବୀଙ୍କ ମୃତ୍ୟୁ ପଛର କାରଣ ମଦ!

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଆସିଛି ଚାଞ୍ଚ୍ୟଲ୍ୟକର ତଥ୍ୟ।  ହୃଦଘାତ ନୁହଂ ବରଂ  ପାଣିରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଛି।  ସେପଟେ ୟୁଏଇ ସ୍ୱାସ୍ଥ୍ୟ ବିଭାଗର ପୋଷ୍ଟମଣ୍ଟମ୍ ରିପୋର୍ଟ ସୋସିଆଲ  ମିଡିଆରେ ଘୁରି ବୁଲୁଛି।  ଯାହା ପରେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଅନ୍ୟ ଏକ ଦିଗ ସମ୍ନାକୁ ଆସିଛି । ପୂର୍ବରୁ  ହୃଦଘାତରେ ଶ୍ରୀଦେବୀଙ୍କ ମୃତ୍ୟୁ  ହୋଇଥିବା ଖବର ଆସିଥିବା  ବେଳେ ବର୍ତ୍ତମାନର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁର୍ଘଟଣାବସତଃ ସେ ପାଣିରେ ବୁଡ଼ି ଯାଇଥିବା  କୁହାଯାଉଛି।  ବାଥଟବ୍‌ର ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଛି। ଏପରିକି ଘଟଣା ବେଳେ ସେ ମଦ୍ୟପାନ କରିଥିବା କଥା ମଧ୍ୟ  କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।  ମୃତ୍ୟୁର କିଛି ଘଣ୍ଟା  ପୂର୍ବରୁ ସ୍ୱାମୀ ବୋନି କପୁରଙ୍କ ସହ ଥିଲେ ଶ୍ରୀଦେବୀ। ଜୁମିରା  ଏମିରେଟସ୍ ଟାୱାରରେ ରହୁଥିବା କପୁର୍ ପରିବାରଙ୍କ ସହ  ଡାଇନିଂରେ ବସିଥାନ୍ତେ ଶ୍ରୀଦେବୀ। ତେବେ ବହୁ ସମୟ ଧରି  ଆଉ ଡାଇନିଂ ହଲ୍‌କୁ ଆସି ନ ଥିଲେ ଶ୍ରୀଦେବୀ।  ପରବର୍ତ୍ତୀ ସମୟରେ ବାଥ୍ ଟାବ୍‌ରୁ ଶ୍ରୀଦେବୀଙ୍କୁ ଅଚେତ୍ ଅବସ୍ଥାରେ  ଉଦ୍ଧାର କରିଥିଲେ ସ୍ୱାମୀ  ବୋନି କପୁର୍। ପୁତୁରା ମୋହିତ  ମାରୱାହାଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଦୁବାଇ  ଯାଇଥିଲେ ଶ୍ରୀଦେବୀ।