ବିବାହର ୧୭ ବର୍ଷ ପରେ ମିଳିଲା ମା’ ହେବାର ସୌଭାଗ୍ୟ; ଏକା ଥରକେ ପ୍ରସବ କଲେ ୬ ସନ୍ତାନ, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଠିକ୍ ଏମିତି କିଛି ଘଟିଛି ଆମେରିକାର ଏକ ଦମ୍ପତିଙ୍କ କ୍ଷେତ୍ରରେ। ରିଚମଣ୍ଡରେ ରହୁଥିବା ଏଡେବୟ ଓ ଅଜିବୋଲା ବାପାମା’ ହେବାକୁ ୧୭ ବର୍ଷ ହେଲା ଅପେକ୍ଷା କରିଥିଲେ। ଗତ ମେ’ ୧୧ ତାରିଖରେ ସେମାନଙ୍କ ସ୍ୱପ୍ନ ପୂରଣ ହେଲା। ସେହିଦିନ ଅଜିବୋଲା ସନ୍ତାନ ପ୍ରସବ କରିଥିଲେ। ପୁଣି ଗୋଟିଏ ନୁହେଁ ଛଅଟି ସନ୍ତାନ ପ୍ରସବ କରିଥିଲେ ସେ। ୬ ଛୁଆଙ୍କ ମଧ୍ୟରେ ଥିଲେ ତିନି ପୁଅ ଓ ତିନି ଝିଅ। ୪୦ ଜଣ ମେଡିକାଲ୍ ପ୍ରୋଫେସ୍‌ନାଲ୍‌ଙ୍କ ଉପସ୍ଥିତିରେ ସେ ଏହି ଛୁଆମାନଙ୍କୁ ପ୍ରସବ କରିଥିଲେ।

childrenଏହି ଛୁଆମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରିମାଚ୍ୟୋର ଷ୍ଟେଜ୍‌ରେ ଥିଲେ। ତେଣୁ ସେମାନଙ୍କୁ ଆଇସିୟୁରେ ରଖାଯାଇଥିଲା। ଅଜିବେଲା କହିଛନ୍ତି ପ୍ରସବ ବେଳେ ଖୁବ୍ ଯନ୍ତ୍ରଣା ହୋଇଥିଲା। ତେବେ ପ୍ରଥମ ଥର ମା’ ହେବା ଖୁସିରେ ସେ ସବୁ ଭୁଲି ଯାଇଥିଲେ। ଏବେ ତାଙ୍କ ସମସ୍ତ ଛୁଆ ସୁସ୍ଥ ଅଛନ୍ତି। ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ମଧ୍ୟ ହୋଇସାରିଛନ୍ତି।